ଲକ୍ଷ୍ମୀପୁର ; ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀର ବେକକାଟି ଜୀବନ ନେଲା ସ୍ୱାମୀ । କୋରାପୁଟ ଜିଲ୍ଳା ଲକ୍ଷ୍ମୀପୁର ଥାନା କୁସୁମୁଗୁଡା ପଂଚାୟତ କୁଟୁଣୀପଦର ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତ ମହିଳା ହେଉଛନ୍ତି ପଦ୍ମା ବୈପାରୀ । ତେବେ ୧୫ ବର୍ଷ ତଳେ ରମେଶଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ପଦ୍ମା । ତାଙ୍କର ୪ଟି ସନ୍ତାନ ଅଛନ୍ତି । ତେବେ ପଦ୍ମା ଏବଂ ରମେଶଙ୍କର କୌଣସି କାରଣକୁ ନେଇ କଳହ ଲାଗିଥିଲା ।
ଫଳରେ ଉତ୍କ୍ଷିପ୍ତ ହୋଇ ରମେଶ ଟାଙ୍ଗଆରେ ପଦ୍ମ୍ମାଙ୍କୁ ହତ୍ୟା କରିଛି । ତେବେ ଲକ୍ଷ୍ମୀପୁର ପୋଲିସ ରମେଶକୁ ଗିରଫ କରଛ । ଲକ୍ଷ୍ମୀପୁର/ କାକିରିଗୁମ୍ମା ଥାନା ପୋଲିସ ଏବଂ କୋରାପୁଟ ସାଇନଟିପେଟ୍ ଟିମ୍ ପହଞ୍ଚି ରମେଶ ବୈପାରି ସ୍ତ୍ରୀକୁ ବେକ କାଟିବାରେ ବ୍ୟବହାର କରିଥିବା ଟାଙ୍ଗିଆ, ତାକୁ ଜବତ୍ କରିଛି ।
ଲକ୍ଷ୍ମୀପୁର ସଞ୍ଜୟ କୁମାର ପାଣି