ଶେରଗଡ଼ ; ସ୍କୁଲ ଭ୍ୟାନ ସହ ବାଇକ୍ ମୁହାଁ ମୁହିଁ ଜ୍ଝ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର . ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ରକ୍ତପଟା ଗ୍ରାମ ନିକଟରେ ସ୍କୁଲ ଭ୍ୟାନ ଓ ବାଇକ ଧକ୍କାରେ ବାଇକ ଚାଳକ ଆହାତ ହୋଇଥିବା ବେଳେ ବାଇକ ପଛରେ ବସିଥିବା ଲୋକଙ୍କ ମୃତ ହୋଇଚି . ମୃତକ ଜଣଙ୍କ ହେଲେ ସୋରଡ଼ା ଥାନା ଅନ୍ତର୍ଗତ ନୁଆଁଗଡ଼ ଗ୍ରାମର ଜିନତି ସେଠୀ (୧୯) ଓ ଆହାତ ଜଣଙ୍କ ହେଲେ ନାରାୟଣ ସେଠୀ କ୍ଷ ସୂଚନା ଯୋଗ୍ୟ ମଙ୍ଗଳବାର ଭୋରୁ ନାରାୟଣ, ସ୍ତ୍ରୀ ଙ୍କ ସହ କରଡ଼ାକଣା ସ୍ଥିତ ଭିଣୋଇ ଘରକୁ ଆସି ନିଜ ମୋଟର ସାଇକେଲ ଯୋଗେ ସ୍ତ୍ରୀ ଜିନତି ସେଠୀ ଙ୍କୁ ନେ଼ଇ ନିଜ ଗ୍ରାମ ନୂଆଗଡକୁ ଯାଉଥିବା ବେଳେ ରକ୍ତପଟା ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଲ ଭ୍ୟାନ ଧକ୍କା ଦେଇଥିଲା, ଘଟଣା ସ୍ଥଳରେ ସ୍ତ୍ରୀ ର ମୃତ ହୋଇଯାଇଥିବା ବେଳେ ସ୍ୱାମୀ ଜଣଙ୍କ ଗୁରୁତର ହୋଇଥିଲେ . ଖବର ପାଈ ଶେରଗଡ଼ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ମୃତ ଦେହ ଜବତ କରି ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ଆସିକା ମେଡିକାଲ କୁ ପଠାଇଥିବା ବେଳେ ଗୁରୁତର ଜଣଙ୍କୁ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ କ୍ଷ ଶେରଗଡ଼ ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡି ଗୁଡିକୁ ଜବତ କରି ଥାନାକୁ ନେଇଥିବା ଜଣାପଡ଼ିଛି .
ଶେରଗଡ଼ ରୁ ଅଖିଳ କୁମାର ପଟ୍ଟନାୟକ