<h3>ସ୍କୁଲ ଭିତରେ ମାରପିଟ୍ ହେଲେ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ | ସ୍କୁଲ ଭିତରେ ଭୁଲିଗଲେ ଶିଷ୍ଟାଚାର | ଆଉ ଭୁଲିଗଲେ ଭଦ୍ରାମିର ସବୁ ସୀମା | ପିଲାମାନଙ୍କୁ ଶିକ୍ଷା ଦେଉଥିବା ଗୁରୁଙ୍କର ଅମାନବିକ କାର୍ଯ୍ୟକଳାପ ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି | ଖାଲି ଯେ ମାରପିଟ୍ ଲାଗୁଥିଲେ ତାହା ନୁହେଁ ଦୁହେଁ ଉଭୟଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ଡ୍ରେସ ଚିରା ଚିରି ହୋଇଥିଲେ |</h3> <h3>ଶିକ୍ଷୟିତ୍ରୀ ବିଳମ୍ବରେ ସ୍କୁଲ ଆସିବାକୁ ନେଇ ଏହି ତୁମୁଳାକାଣ୍ଡ ଘଟିଥିଲା | ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର ଆଗ୍ରା ର ଏକ ପ୍ରାଥମିକ ବିଦ୍ୟାଳୟ ର ,... ସୂଚନା ଅନୁସାରେ ଶ୍ରେଣୀ ଶିକ୍ଷୟତ୍ରୀ ସ୍କୁଲ କୁ ପହଂଚିବାକୁ ବିଳମ୍ବ କରିଥିଲେ .. ଶିକ୍ଷୟିତ୍ରୀ ବିଳମ୍ବ କୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ପଚାରିବାରୁ ସେ ଉତର ରେ କହିଦେଇଥିଲେ ଯେ ଆପଣ ବି ତ ବିଳମ୍ବ ରେ ଆସନ୍ତି .. ଆଉ ଏତିକି କଥାରେ ପ୍ରଧାନ ଶିକ୍ଷୟତ୍ରୀ ରାଗିଯାଇ ଗାଳିଗୁଲଜ କରିବା ସହ ଡ୍ରେସଚିରା ଚିରି ହୋଇଥିବାର ମଧ୍ୟ ଭିଡିଓ ରେ ଦେଖିବାକୁ ମିଳିଛି .. ,. ପାଖରେ ଥିବା ଅନେକ କର୍ମଚାରୀ ମଧ୍ୟ ବୁଝାସୁଝି କରି ରୋକିବାକୁ ଚେଷ୍ଟା କରୁଥିବା ବେଳେ କେହିଁ କାହାକୁ ଛାଡୁ ନଥିଲେ । ଘଟଣା ସମୟରେ କୌଣସି ପିଲା ଉପସ୍ଥିତ ନଥିବାର ମଧ୍ୟ ଦେଖିବାକୁ ମିଳିଛି ।</h3>