ସୋରଡ଼ା ପିସିଏମ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସ୍କାଉଟ ବିଭାଗ ତରଫରୁ କ୍ରୀଡା ଅଧ୍ୟାପିକା ଏଲିଜ଼ା ପଟନାୟକ ଙ୍କ ତତ୍ୱାବଧାନ ରେ ପ୍ରତିବର୍ଷ ପରି ଚଳିତ ଥର ମଧ୍ୟ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଚଲ୍ହା ପଣା ବଣ୍ଟନ କେନ୍ଦ୍ର ମଙ୍ଗଳ ଵାର ଶୁଭାରମ୍ଭ ହୋଇଛି I ସ୍କାଉଟ ଛାତ୍ରୀ ମାନଙ୍କ ଦ୍ୱାରା ପରିଚାଳିତ ଏହି କେନ୍ଦ୍ର ବିଦ୍ୟାଳୟ ସମୁଖରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ଗ୍ରୀଷ୍ମ ପ୍ରବାହ ଶେଷ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଜଣା ପଡିଛି I ସହର କୁ ଆସୁଥିବା ସମସ୍ତ ଜନ ସାଧାରଣ ଙ୍କ ପାଇଁ ଏହା ଏକ ମହାନ କାର୍ଯ୍ୟଧାରା ରୂପେ ପ୍ରତିବର୍ଷ ଆୟୋଜକ ହୋଇଥାଏ I ଅଧ୍ୟାପିକା ଶ୍ରୀମତୀ ପଟନାୟକ ଙ୍କ ଦ୍ୱାରା ଏହା ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ବଣ୍ଟନ କରାଯାଉଛି I ଅଧ୍ୟାପକ ରାଜେଶ ପାତ୍ର, ରୋହିତ ବିଷୋୟୀ, ଅଧ୍ୟକ୍ଷା ସଂଯୁକ୍ତା ପଣ୍ଡା, କର୍ମଚାରୀ ମହେନ୍ଦ୍ର ପାଢ଼ୀ, ନିନି ପାଢ଼ୀ, ଗୋପାଳ ଦାସ ପ୍ରମୁଖ ସହ ଯୋଗ କରୁଛନ୍ତି I