ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ଦଳ ଭିତରୁ ଘନ ଘନ ଟାର୍ଗେଟ କରାଯାଉଛି। ଗତକାଲି ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁ ସୌମ୍ୟଙ୍କୁ କଟାକ୍ଷ କରିଥିବା ବେଳେ ଆଜି ପୁଣି ଟାର୍ଗେଟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।
ସେ କହିଛନ୍ତି, ସୌମ୍ୟ ବାବୁ କ’ଣ, ସେ କ’ଣ କରିଛନ୍ତି ତାଙ୍କ ରାଜନୀତି ଇତିହାସରୁ ଜଣାଡ଼ିବ। ସୌମ୍ୟ ବାବୁ କେତେ ଥର ଦଳ ପରିବର୍ତ୍ତନ କରିଛନ୍ତି, କେଉଁ ଦଳରୁ କେଉଁଠିକି ଆସିଛନ୍ତି, ଏଠି ବର୍ତ୍ତମାନ କେତେ ନମ୍ବରରେ ପହଞ୍ଚିଗଲେଣି, ଆଗାମୀ ଦିନରେ କୁଆଡ଼କୁ ଯିବେ ସେ ସପକ୍ଷରେ ଆପଣମାନେ ଜାଣିଥିବେ।
ସେ ଆହୁରି କହିଛନ୍ତି, ସୌମ୍ୟ ଦଳରେ ରହି ବ୍ଲାକମେଲିଂ କରିବାକୁ ପ୍ରୟାସ କରୁଛନ୍ତି। ସେ କେବେ ତାଙ୍କ ଲକ୍ଷ୍ୟରେ ପହଞ୍ଚି ପାରିବେନି। ବିଗତ ଦିନମାନଙ୍କରେ ସୌମ୍ୟ ବାବୁ ବିଭିନ୍ନ ସ୍ତରରେ ବ୍ଲାକମେଲ୍ କରିଥିଲେ, ଆଜି ମଧ୍ୟ ସେ ବ୍ଲାକମେଲିଂକୁ ଆୟୁଧ କରୁଛନ୍ତି। ବ୍ଲାକମେଲ କଲେ ବିଜୁ ଜନତା ଦଳ ଉପରେ କୌଣସି ପ୍ରଭାବ ପଡ଼ିବନି। ସୌମ୍ୟବାବୁ କ’ଣ ଓଡ଼ିଶାବାସୀ ଜାଣିଛନ୍ତି?