ନୂଆଦିଲ୍ଲୀ : ସୋସିଆଲ ମିଡିଆକୁ ପୁଣି ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ନିଜର ସୋସିଆଲ ମିଡିଆରେ ନିଜର କମ୍ପାନୀ ଲଞ୍ଚ୍ କରିବେ । ସେ କୌଣସି ଏବେ ସୋସିଆଲ ମିଡିଆରେ ନାହାଁନ୍ତି । କାରଣ ଜାନୁଆରୀ ୬ ତାରିଖରେ କ୍ୟାପିଟଲ ବିଲ୍ଡିଂରେ ଘଟିଥିବା ହିଂସା ପଛରେ ତାଙ୍କୁ ଦାୟୀ କରାଯାଇ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ତାଙ୍କୁ ବ୍ଲାକଲିଷ୍ଟେଡ୍ କରିଥିଲେ । ଏହାପରେ ଟ୍ରମ୍ପଙ୍କ ବିରୋଧରେ ଆମେରିକା ସିନେଟରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା । ତାଙ୍କର ପୂର୍ବତନ ପରାମର୍ଶଦାତା କହିଛନ୍ତି ସୋସିଆଲ ମିଡିଆକୁ ଟ୍ରମ୍ପ୍ ପୁଣିଥରେ ଫେରିବେ । ପୂର୍ବତନ ପରାମର୍ଶଦାତା ମିଲର୍ କହିଛନ୍ତି ଯେ, ଟ୍ରମ୍ପ ୨ରୁ ୩ ମାସ ପରେ ସୋସିଆଲ ମିଡିଆରେ ପୁଣି ଆକ୍ଟିଭ୍ ହେବାକୁ ଯାଉଛନ୍ତି । ସେ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ତିଆରି କରିବେ । ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ସାମ୍ନାକୁ ଆସିବା ପରେ ଏହା ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ । ଏଥିରେ କୋଟି କୋଟି ଲୋକ ସାମିଲ ହେବେ । ଜାନୁଆରୀ ଟ୍ୱିଟର ପ୍ରଥମେ ଟ୍ରମ୍ପଙ୍କ ଆକାଉଣ୍ଟକୁ ୧୨ ଘଣ୍ଟା ପାଇଁ ବ୍ଲକ୍ କରିଥିଲା । ଏପରିକି ତାଙ୍କର ଗୋଟିଏ ଭିଡିଓ ଓ ଟ୍ୱିଟ୍ ହଟାଇ ଦିଆଯାଇଥିଲା । ପରେ ଆକାଉଣ୍ଟକୁ ସବୁଦିନ ପାଇଁ ସସପେଣ୍ଡ୍ କରିଥିବା ଟ୍ୱିଟର୍ ।