ସୋରଡା ଶ୍ରୀ ଜଗନାଥ ମନ୍ଦିର ରେ ସୋରଡା ଖିଡିଶିଙ୍ଗୀ ରାଜବଂଶ ରାଜା ସ୍ବର୍ଗତ ଜଗନ୍ନାଥ ସିଂହଦେଓଙ୍କ ଜନ୍ମ ଶତ ବାର୍ଷିକୀ କାର୍ଯ୍ୟକ୍ରମ ମଙ୍ଗଳବାର ପାଳନ କରାଯାଇଛି। ସୋରଡା ମନ୍ଦିର ପରିଚାଳନା କମିଟି ତରଫରୁ ଆଜି ଜଗନ୍ନାଥ ସିଂଦେଓଙ୍କ ଉଦ୍ଦେଶ୍ୟରେ ପ୍ରଭୁ ଜଗନ୍ନାଥଙ୍କ ନିକଟର ପ୍ରାର୍ଥନା ଜଣାଇବା ସହ ସ୍ମୃତି ଚାରଣ କରଯାଇଥିଲା। ଏହି ଅବସରରେ ଏକ ବୈଠକ ମାଧ୍ୟମରେ ଜଗନ୍ନାଥ ସିଂହଦେଓଙ୍କ ଜୀବନୀ ଉପରେ ଆଲୋଚନା କରାଯିବା ସହ ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ଭଜନ ମଣ୍ଡଳି ଓ ପରିଚାଳନା କମିଟି ତରଫରୁ ସାମୁହିକ ଦୀପଦାନ କରଯାଇଥିଲା। ଜଗନ୍ନାଥ ସିଂହଦେଓ ମାର୍ଗଶିର ଶୁକ୍ଲ ଦଶମୀତିଥିରେ ୦୫.୧୨.୧୯୨୪ ଜନ୍ମ ଗ୍ରହଣ କରିଥିଲେ ମଙ୍ଗଳବାର ତାଙ୍କ ସ୍ଵନକ୍ଷେତ୍ର ଶତବାର୍ଷିକୀ ଜନ୍ମତିଥି ପାଳନ ହୋଇଛି। ଏହି ଅବସର ରେ ସୋରଡା ଶ୍ରୀ ଜଗନ୍ନାଥ ଭଜନ ମଣ୍ଡଳୀ ତରଫରୁ ସ୍ଵତନ୍ତ୍ର ଭଜନ କାର୍ଯ୍ୟ କ୍ରମ ର ଆୟୋଜନ କରଯାଇଥିଲା। ସୋରଡା ଶଶି ଭୂଷଣ ସାହିତ୍ୟ ସାଂସଦ ତରଫରୁ ଜଗନ୍ନାଥ ସିଂହଦେଓଙ୍କୁ ୨୦୦୦ ମସିହାରେ ଶ୍ରେଷ୍ଠ ନାଗରିକ ସମବର୍ଦ୍ଧନା ଦିଆଯାଇଥିଲା ଏବଂ ୧୯୮୩ ମସିହା ରେ ଆୟୋଜିତ ବଡ ଯଜ୍ଞ ରେ ତାଙ୍କର ସକ୍ରିୟ ଭୂମିକା ଅତୁଳନୀୟ ଥିଲା। ୧୮୩୫ ମସିହା ରେ ସୋରଡା ରାଜବଂଶ ବ୍ରିଟିଶ ମାନଙ୍କ ଚକ୍ରାନ୍ତ ରେ ଏଇଠି ସମାପ୍ତ ହୋଇଥିଲା ପରବର୍ତୀ ସମୟ ରେ ପ୍ରାୟ ୧୮୩ ବର୍ଷ ପରେ ରାଜବଂଶ ଦାୟାଦ ଡା ଦେବଦତ୍ତ ସିଂ ଦେଓ ପ୍ରଭୁ ଜଗନ୍ନାଥ ଙ୍କ ସେବା ରେ ରହିଛନ୍ତି। ସୋରଡା ର ରାଜବଂଶ ପରମ୍ପରା ରହିଛି କିନ୍ତୁ ରାଜବାଟୀ ଆଉ ନାହିଁ । ଭୁବନେଶ୍ୱର ଠାରେ ରାଜପରିବାର ତରଫରୁ ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମ ଠାରେ ଖାଦ୍ୟ, ଫଳ ଏଵଂ କମ୍ବଳ ବଣ୍ଟନ କରାଯାଇଥିଲା। ଏତଦବ୍ୟତୀତ ଅନାଥାଶ୍ରମ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ, ମିଷ୍ଟାନ୍ନ ଓ ଫଳ ବଣ୍ଟନ କରାଯାଇଥିଲା । ଏଥିରେ ୱିଶ୍ ଅନୁଷ୍ଠାନ ତରଫରୁ ଶ୍ରୀମତୀ ସୌଭାଗ୍ୟବତୀ ମହାପାତ୍ର, ଶ୍ରୀମତୀ ଶୁଭ୍ରା ନନ୍ଦ, ଶ୍ରୀମତୀ ସଙ୍ଗୀତା ଷଡଙ୍ଗୀ ସହଯୋଗ କରିଥିଲେ ।ସେହିପରି ସୋରଡା ରେ ରଜନୀ କାନ୍ତ ମହାପାତ୍ର ,ଦୂର୍ଗାମାଧବ ପାଣିଗ୍ରାହୀ ,ବିଶ୍ଵମୋହନ ପ୍ରଧାନ,ଉମାଶଙ୍କର ଦାସ ,ଭାଗବତ ବେହେରା ସମେତ ବହୁ ଜନସାଧାରଣ ଯୋଗ ଦେଇ ଭଜନ କୀର୍ତ୍ତନ ,ଦୀପଦାନ କରିଥିଲେ ।