ଗାନ୍ଧୀ ସ୍ମୃତି ସେବା ସଙ୍ଘ ତରଫରୁ ପବିତ୍ର ଉତ୍କଳ ଦିବସ ସଙ୍ଘ ମୁଖ୍ୟ ଲଡ଼ୁକିଶୋର ଦାସ ଙ୍କ ତତ୍ୱାବଧାନ ରେ ମଙ୍ଗବାର ସକାଳେ ପାଳିତ ହୋଇଛି I ନଗରପାଳ ଶିବ ଶଙ୍କର ପଣ୍ଡା ଯୋଗଦେଇ ଓଡିଶା ର ମହାପୁରୁଷ ମାନଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ଅର୍ପଣ ଦୀପ ପ୍ରଜ୍ବଳନ ସହ ସେମାନଙ୍କ ଅବଦାନ ଯୋଗୁ ଆମେ ଓଡ଼ିଆ ହିସାବ ରେ ଗର୍ବ କରୁଛେ ବୋଲି କହିଥିଲେ I ଲଡ଼ୁକିଶୋର ଦାସ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ସେହିପରି ଏନ ଏ ସି କାର୍ଯ୍ୟାଳୟ ରେ ମଧ୍ୟ ନଗରପାଳ ଶ୍ରୀ ପଣ୍ଡା ଙ୍କ ସଭାପତି ତ୍ବ ରେ ଉତ୍କକ ଦିବସ ପାଳନ ଅବସର ରେ ବରପୁତ୍ର ମାନଙ୍କ ଫୋଟୋ ଚିତ୍ର ରେ ପୁଷ୍ପ, ଦୀପ ସହ ସନମାନ ପ୍ରଦାନ କରାଯାଇଛି I ଗଣିଚ୍ଛକ ସ୍ଥିତ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ନଗରପାଳ ଶ୍ରୀ ପଣ୍ଡା,ଉପାଧ୍ୟକ୍ଷା ଭାଗ୍ୟଳତାକାର୍ଯ୍ୟନିର୍ବାହୀ ଅଧିକାରୀ ଉମେଶ କୁମାର ସାହୁ,ଡାକୁଆ,କାଉନ ସିଲର ସତ୍ୟନାରାୟଣ ସୁବୁଦ୍ଧି, ସନ୍ତୋଷ ପଣ୍ଡା, ସସ୍ମିତା ପାଢ଼ୀ ସମେତ କର୍ମଚାରୀ ଜଗନ୍ନାଥ ନାୟକ, ସନ୍ତୋଷ ବେହେରା ପ୍ରମୁଖ ଯୋଗ ଦେଇ ପୁଷ୍ପ ମାଲ୍ୟ ପ୍ରଦାନ କରିଥିଲେ I