ସୋରଡାରେ ବିଜୁ ଜନତା ଦଳ ତରଫରୁ 109 ତମ ବିଜୁ ଜୟନ୍ତୀ ମହା ସମାରୋହରେ ପାଳନ ହୋଉଛି I ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଙ୍କ ନେତୃତ୍ବ ରେ ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ବିଜୁ ବାବୁଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ଅର୍ପଣ ପରେ ସମସ୍ତ ସମର୍ଥକ ବାଇକ ଶୋଭାଯାତ୍ରା ରେ ନଗର ପରିକ୍ରମା କରି ଗଣିଛକ ସ୍ଥିତ ବିଜୁ ମୂର୍ତ୍ତିରେ ଫୁଲମାଳ ଅର୍ପଣ କରିଥିଲେ I ପରେ ସରକାରୀ ଡାକ୍ତରଖାନା ରେ ରୋଗୀ ଙ୍କୁ ଫଳ ବଣ୍ଟନ କରିଥିଲେ I ଆୟୋଜିତ ସଭାରେ ତାଙ୍କରି ଜନଭିମୁଖୀ କାର୍ଯ୍ୟ ଧାରା କୁ କହିଥିଲେ ନେତୃବୃନ୍ଦ I ବ୍ଲକ ଅଧ୍ୟକ୍ଷା ସାଇବାନି ମଲିକ,ନଗରପାଳ ଶିବ ଶଙ୍କର ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ଅମୁଲ୍ୟ ସାହୁ, ଆସ୍କା ଚିନି ଶିଳ୍ପ ସଭାପତି ରବୀନ୍ଦ୍ର ନାଥ ପଣ୍ଡା,ଜିଲ୍ଲା ପରିଷଦ ରାଜେଶ ସାହୁ, ପ୍ରଫୁଲ୍ଲ ମାହାଙ୍କୁଡ, ସମିତି ସଭ୍ୟ ଭାସ୍କର ଦଳ ବେହେରା, ଯୁବ ନେତା ବସନ୍ତ ସ୍ୱାଇଁ, ଭଗବାନ ପଣ୍ଡା,ସଙ୍ଘ ମିତ୍ରା ସ୍ୱାଇଁ,ସରପଞ୍ଚ ତ୍ରିଲୋଚନ ସାହୁ ସମେତ ବହୁ ବିଜୁ ପ୍ରେମୀ ଯୋଗ ଦେଇଥିଲେ I