ସରସ୍ବତୀ ଶିଶୁମନ୍ଦିର, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ତରଫରୁ ରାଷ୍ଟ୍ରୀୟ ନବ ବର୍ଷ ମହା ସମାରୋହ ରେ ପାଳନ କରାଯାଇଛି l ସକାଳୁ ଶିଶୁମନ୍ଦିର ପରିସରରେ ଧ୍ବଜା ପୂଜନ, ବନ୍ଦନା ଶହ ଦେବ ଦେଵୀ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ଅର୍ପଣ ପରେ ଛାତ୍ର ଛାତ୍ରୀ, ସ୍ୱୟଂ ସେବକ ମାନେ ଭାରତମାତା ମାତାଙ୍କ ଫୋଟୋ ଚିତ୍ର ସମ୍ବଳିତ ସ୍ୱସଜ୍ଜିତ ରଥ ଶହ ବାଦ୍ୟ ବାଜଣା ରେ ବାଙ୍କ ବଜ଼ାର, ରଥପଦା, ବଡଦାଣ୍ଡ, ଆଡପ ମଣ୍ଡପ, ସାରୁଆ ସାହି ପରିକ୍ରମା କରିଥିଲେ I ସମସ୍ତ ଜନସାଧାରଣ ଙ୍କୁ ନବବର୍ଷ ଅଭିନନ୍ଦନ ଜଣାଇଥିଲେ I ପ୍ରଧାନ ଆଚାର୍ଯ୍ୟ ସୁନୀଲ କୁମାର ରଥ, ସମାଜସେବୀ ଗୁରୁ ପ୍ରଶନ ପଟନାୟକ, ସଙ୍ଘ ର ଗୋବିନ୍ଦ ପାଢ଼ୀ ସମେତ ସମସ୍ତ ଗୁରୁମା, ଗୁରୁଜୀ, ସ୍ୱୟଂ ସେବକ ଯୋଗ ଦେଇଥିଲେ