ସୋରଡ଼ା ଅଂଚଳ ରେ ସୁଲଭ ଦରରେ ସମସ୍ତ ପ୍ରକାର ଔଷଧ ଏଣିକି ଉପଲବ୍ଧ ହେବ I ଭାରତ ସରକାରଙ୍କ ଜନ ଔଷଧି କେନ୍ଦ୍ର ଗୁରୁବାର ସ୍ଥାନୀୟ ଆଡପମଣ୍ଡପ ରେ ଶୁଭାରମ୍ଭ ହୋଉଛି I ବିଶିଷ୍ଠ ସମାଜସେବୀ ଯୋଗୀ ଦେବଦତ୍ତ ମହାରାଜ ଯୋଗ ଦେଇ କେନ୍ଦ୍ର ଉଦଘାଟନ କରିଥିଲେ l ସବୁ ଶ୍ରେଣୀ ର ଜନସାଧାରଣ ଙ୍କୁ ଏଠାରେ ସ୍ୱଳ୍ପ ମୂଲ୍ୟ ରେ ଜେନେରିକ ମେଡ଼ିସିନ ଯୋଗାଇ ଦିଆଯିବ ବୋଲି ଲିଙ୍ଗ ରାଜ ସାହୁ କହିଛନ୍ତି l ଅଂଚଳ 300 ରୁ ଉର୍ଦ୍ଧ୍ୱ ଗ୍ରାମ ତଥା ଏନଏସି ର ଜନ ସାଧାରଣ ଙ୍କ ପାଇଁ ଅତ୍ୟନ୍ତ କମ ମୂଲ୍ୟରେ ସମସ୍ତ ଔଷଧ ମିଳିପାରିବ ବୋଲି କୁହାଯାଇଛି I