ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀଲିଙ୍ଗରାଜ ମନ୍ଦିର । ଆଜି ଅପରାହ୍ନରେ ବିଏମସି ଏନେଇ ସୂଚନା ଦେଇଛି । ଗତକାଲି ମନ୍ଦିର ସେବାୟତ ମାନଙ୍କର କରାଯାଇଥିବା କରୋନା ପରିକ୍ଷାରେ ଅନେକ ସେବାୟତ କରୋନା ସଂକ୍ରମିତ ଥିବା ଜଣା ପଡିଛି । ଏହାକୁ ଦୃଷ୍ଟିରେ ରଖି ମନ୍ଦିରରେ ସାଧାରଣ ଭକ୍ତଙ୍କୁ ଦର୍ଶନ ଲାଗି ବାରଣ କରଯାଇଛି । ଆଗକୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ କାର୍ଯ୍ୟକ୍ରମ ହେବାକୁ ଥିଲା ବେଳେ ଏବେଠୁ ସେବାୟତ ମାନଙ୍କ କରୋନା ସଂକ୍ରମିତ ହେବା ମନ୍ଦିର ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି । ତେବେ ମନ୍ଦିରର ଦୈନିକ ପୁଜାର୍ଚ୍ଚନା ସେବାୟତ ମାନଙ୍କ ଦ୍ୱାରା ଜାରି ରହିବ । ବିଏମସିର ଏହି ନିଷ୍ପତି ପରବର୍ତି ନିର୍ଦେଶ ଆସିବା ଯାଏଁ ଲାଗୁ ରହିବ । ପୁର୍ବ ନିଷ୍ପତି ଅନୁଯାଇ ମନ୍ଦିର ପ୍ରଶାସନ ରୁକୁଣା ରଥ କାର୍ଯ୍ୟକ୍ରମ ପରିଚାଳନା କରିବ ।