<h3>ଟଙ୍କାର ଲୋଭ ଆଜିକାଲି ଦୁନିଁଆରେ କାହା ପାଖରେ ନାହିଁ | ଟଙ୍କାର ମୋହରେ ଏବେ ସବୁ ବାଇୟା | ଅଧିକ ଟଙ୍କା ରୋଜଗାର କରିବା ବା ରାତାରାତି ବଡଲୋକ ହେବା ଅନେକ ସ୍ୱପ୍ନ ଦେଖନ୍ତି ..ବା ଅଧିକ ଟଙ୍କା ରୋଜଗାର କରିବାକୁ ସମସ୍ତେ ଚାହାନ୍ତି ...ସେ ଟଙ୍କା ନୈତିକ ଉପାୟରେ ହେଉ କି ଅନୈତିକ ଉପାୟରେ ଆଣି ଧନୀ ହୋଇଯିବାକୁ ଆଶା ରଖିଥାଆନ୍ତି | ହେଲେ ଏମିତି ବି ଦୁନିଆରେ ଲୋକ ଅଛନ୍ତି ଯାହାଙ୍କ ପାଇଁ ଏହି ମାଳ ମାଳ ଟଙ୍କା ବି ତାଙ୍କ ଆଗରେ ତୁଚ୍ଛ ପାଲଟିଯାଇଛି | ହଁ ଆଞା ଆଖି ଆଗରେ ପଡିଥିଲା ଖାଲି ୫ଶହ ଟଙ୍କିଆ ଓ ୧୦୦ ଟଙ୍କିଆ ବିଡା ବିଡା ନୋଟ ର ବ୍ୟାଗ .. ବ୍ୟକ୍ତି ଜଣକ ଚାହିଁଥିଲେ ଏହି ଟଙ୍କାର ବ୍ୟାଗକୁ ନିଜ ପାଖରେ ରଖିପାରି ଥାଆନ୍ତେ | ହେଲେ ବ୍ୟାଗକୁ ହାତ ନ ଲଗାଇ ପୋଲିସର ଜିମା ଦେଇଛନ୍ତି ଏହି ସହୃଦୟବାନ ବ୍ୟକ୍ତି ସୁରଜ କୁମାର | ଟିକେ ଭାବିଲେ...ଏତେ ଟଙ୍କା ଯାହା ଆଗରେ ପଡିବ ପ୍ରଥମ ସେ ଏହାକୁ କେଉଁ ବାଟରେ ଖର୍ଚ୍ଚ କରିବ ସେହି କଥା ଭାବିବ ନା କି ଟଙ୍କା କାହାର ହଜିଛି ତାହା ଜାଣିବାକୁ ଚେଷ୍ଟାକରିବ ନା ପୋଲିସକୁ ଖବର ଦେବ .. ଆଜିକାଲି ସ୍ୱାର୍ଥପର ଦୁନିଆରେ ଟଙ୍କା ପାଇଲେ କେବଳ ନିଜର କରିବାକୁ ଚାହାଁନ୍ତି କିଛି ଲୋକ | ହେଲେ ସୁରଜଙ୍କ ଆଗରେ ୧ଲକ୍ଷ ଟଙ୍କା ଭର୍ତ୍ତିର ବ୍ୟାଗକୁ ସେ ହାତ ଲଗାଇନଥିଲେ | ଯାହା ପାଇଁ ଏବେ ଚାରିଆଡୁ ସୁରଜଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଛି | ତେବେ ଏଭଳି ଘଟଣା ଗଞ୍ଜଜ୍ଝମ ଜିଲ୍ଲା ଖଲ୍ଲିକୋଟ ମଥୁରା ରାସ୍ତାରେ ଦେଖିବାକୁ ମିଳିଥିଲା | ସୁଚନା ଅନୁସାରେ ପେଟ୍ରୋଲ ପମ୍ପକୁ ଯିବା ରାସ୍ତାରେ ଏହି ଟଙ୍କା ଭର୍ତ୍ତି ବ୍ୟାଗ ଦେଖିବାକୁ ପାଇଥିଲେ, ପରେ ପୋଲିସକୁ ଖବର ଦେଇଥିଲେ ସୁରଜ | ପୋଲିସ ପହଂଚି ବ୍ୟାଗକୁ ନିଜ ଜିମାରେ ନେଇଥିଲା |</h3>