ସୁକମା ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ୧୬ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି।ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର AK 47, SLR, INSAS ରାଇଫଲ୍, .303 ରାଇଫଲ୍ ରକେଟ୍ ଲଞ୍ଚର୍, BGL ଲଞ୍ଚର୍ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଛି।ଏନକାଉଣ୍ଟରରେ ନିହତ ନକ୍ସଲମାନଙ୍କୁ ଚିହ୍ନଟ କରାଯାଉଛି।ଏନକାଉଣ୍ଟରରେ ଦୁଇଜଣ ଡିଆରଜି ସୈନିକ ଆହତ ହୋଇଛନ୍ତି।ଆହତ ସୈନିକଙ୍କ ଅବସ୍ଥା ବିପଦମୁକ୍ତ।କେରାଲପାଲ ପୋଲିସ ଷ୍ଟେସନ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ, ଡିଆରଜି ସୁକମା ଏବଂ ସିଆରପିଏଫର ଏକ ମିଳିତ ଦଳ ନକ୍ସଲ ବିରୋଧୀ ଅପରେସନ ପାଇଁ ବାହାରିଥିଲେ। ଆଜି ସକାଳ ୮ଟାରୁ ମାଓବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ନିରନ୍ତର ଗୁଳିବିନିମୟ ଜାରି ରହିଛି।ଏନକାଉଣ୍ଟର ସ୍ଥଳରୁ ୧୬ ଜଣ ନକ୍ସଲଙ୍କ ମୃତଦେହ ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର କରାଯାଇଛି।ଏହି ଏନକାଉଣ୍ଟରରେ ଆହୁରି ଅନେକ ନକ୍ସଲ ନିହତ କିମ୍ବା ଆହତ ହେବାର ସମ୍ଭାବନା ରହିଛି।ଆଖପାଖ ଅଞ୍ଚଳରେ ଏବେ ବି ପାଟ୍ରୋଲିଂ ଏବଂ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ସୁକମା ଏସପି କିରଣ ଚୌହାନ ଏହାକୁ ନିଶ୍ଚିତ କରିଛନ୍ତି।