ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପରେ ଏବେ ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେଲାଣି । ଏଥି ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ସବୁ ପ୍ରସ୍ତୁତ ଆରମ୍ଭ କରିସାରିଲେଣି । ତିନି ଦଳ ପକ୍ଷରୁ ପ୍ରାର୍ଥୀ ଖୋଜା ବି ଆରମ୍ଭ ହୋଇଗଲାଣି । ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳଟି ଶାଶକ ବିଜେଡି ହାତରେ ଥିଲା । ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳଟି ଶାଶକ ବିଜେଡି ହାତରେ ଥିଲା । ପିପିଲି ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଉକ୍ତ ଆସନଟି ଖାଲି ପଡିଛି । ମହାରଥୀ କରୋନାରେ ମୃତ୍ୟୁ ପରେ ଏବେ ପିପିଲିରେ ଉପନିର୍ବାଚନ ହେବାକୁ ଯାଉଛି । ଏବେ ପ୍ରାର୍ଥୀପତ୍ରକୁ ନେଇ ମୁହଁ ଖୋଲିଛନ୍ତି ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ । ସେ କହିଛନ୍ତି ଯେ, ବିଜେଡି ସୁପ୍ରିମୋ ଯାହାକୁ ଚାହିଁବେ, ମୁଁ ଗ୍ରହଣ କରିବି ।ମୋତେ ସୁଯୋଗ ମିଳିଲେ ମୁଁ ଖୁସି ହେବି ବୋଲି ପ୍ରତିଭା ମହାରଥୀ କହିଛନ୍ତି ।