ଏବେ ସୁନ୍ଦରଗଡ଼ ଜିଲ୍ଲାକୁ ଯିବାକୁ ହେଲେ ଦରକାର କୋଭିଡ ନେଗେଟିଭ ରିପୋର୍ଟ । ଜିଲ୍ଲାରେ ପ୍ରବେଶ କରିବାକୁ ହେଲେ ଦରକାର ଆରଟିପିସିଆର ରିପୋର୍ଟ। ଜିଲ୍ଲାରେ କରୋନା ମାମଲା ବଢୁ ଥିବାରୁ ପ୍ରଶାସନ ଏହି ନିଷ୍ପତି ନେଇଛି । ସୂଚନାଅନୁସାରେ, ଜିଲ୍ଲାରେ ଲଗାତର ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ରୋକିବାକୁ ଏପରି କଡା ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ସୂଚନାଯୋଗ୍ୟ, ଏବେ ଦିନକୁ ପ୍ରାୟ ୮ ସହ ଟେଷ୍ଟ କରଯାଉଛି। ରେଳ ଷ୍ଟେସନ୍ ସମେତ ଜନ ଗହଳି ପୂର୍ଣ ଅଂଚଳରେ ନଜର ରଖା ଯାଇଛି । ସେହିପରି ରାଉରକେଲା ସହରରେ ବିଭିନ୍ନ ହସ୍ପିଟାଲକୁ ଆଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଛି ।