୧୦. ୦୧. ୨୦୨୫ ତାରିଖ ମଧ୍ୟରାତ୍ରୀରୁ ସୁନ୍ଦରଗଡ଼ ଜିଲ୍ଲାର ୨ଟି ଏଲ୍ ଆଣ୍ଡ ଟି ବିଜୁ ଏକ୍ସପ୍ରେସ୍ ୱେର ଟୋଲେଗେଟ୍ ରେ ଫାସ୍ ଟ୍ୟାଗ୍ ସେବା ଆରମ୍ଭ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ୍ ମହାଜନଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି ସୁବିଧା ଦ୍ୱାରା ସାଧାରଣ ଜନତାଙ୍କ ଯାତ୍ରା ଆହୁରି ସହଜ, ସୁରକ୍ଷିତ ଓ ସୁବିଧାଜନକ ହେବ । ଯେଉଁମାନେ ପୂର୍ବରୁ ଟୋଲ୍ ରିଚାର୍ଜ କରିସାରିଛନ୍ତି, ସେମାନଙ୍କର ବାଲାନ୍ସ ସ୍ୱତଃସ୍ପୃତ ଭାବେ ଫାସ୍ ଟ୍ୟାଗ୍ ସହ ଲିଙ୍କ୍ ହୋଇଯିବ। ୩୧. ୦୧. ୨୦୨୫ ପର୍ଯ୍ୟନ୍ତ ଫାସ୍ ଟ୍ୟାଗ୍ ରୁ କୌଣସି ଅତିରିକ୍ତ ରାଶି କଟାଯିବ ନାହିଁ। ଫାସ୍ ଟ୍ୟାଗ୍ ରିଚାର୍ଜ କରି ଟ୍ୟାଗ୍ କୁ ବ୍ୟାଙ୍କ ସହ ଲିଙ୍କ୍ କରିବା ପାଇଁ ଆରଟିଓ ପକ୍ଷରୁ ସମସ୍ତ ଚାଳକଙ୍କୁ ସଚେତନ କରାଯାଉଛି।
ଗେଟ୍ ରେ ନଗଦ କାରବାରରୁ ଦୂରେଇ ରହିବା ସହ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହିତ କରିବାକୁ ନିବେଦନ। ଏବେ ବିନା ବାଧାରେ ଯାତ୍ରା କରନ୍ତୁ ଏବଂ ସମୟ ସଞ୍ଚୟ କରନ୍ତୁ। ଶୀଘ୍ର ଆପଣଙ୍କ ଫାସ୍ଟ୍ୟାଗ୍ ରିଚାର୍ଜ କରନ୍ତୁ ଏବଂ ଯାତ୍ରା ଉପଭୋଗ କରନ୍ତୁ।