ସୁନ୍ଦରଗଡ଼ ଜିଲ୍ଲାରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇ ୨୯୫ରେ ପହଞ୍ଚିଛି । ୪୭ଟି ରକ୍ତ ନମୁନା ପରୀକ୍ଷା ପରେ ୩ଜଣ ଆକ୍ରାନ୍ତ ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଗାଁରେ ଲୋକମାନଙ୍କୁ ଡାକବାଜି ଓ ପାଲା ମାଧ୍ୟମରେ ସଚେତନ କରାଯାଉଛନ୍ତି । ତଥାପି ଦୈନିକ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଦେଖାଯାଉଛି । ଏହା ଜିଲ୍ଲା ପ୍ରଶାସନ ଓ ମେଡିକାଲ ବିଭାଗର ଚିନ୍ତା ବଢ଼ାଇଛି । ଏହି ରୋଗ ପାଇଁ କେହି ଭୟଭୀତ ନ ହୋଇ ସଚେତନ ରୁହନ୍ତୁ ବୋଲି ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ ଧରଣୀ ରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି ।
କୋରାପୁଟ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ରୋଗୀ ସଂଖ୍ୟା ଆଶାତୀତ ବଢ଼ିଛି । ଏ ପର୍ଯ୍ୟନ୍ତ ମୋଟ ୧୫୩ ଜଣଙ୍କଠାରେ ଏହି ରୋଗ ଚିହ୍ନଟ ହୋଇଛି । ସେଥିରୁ କେବଳ ସେପ୍ଟେମ୍ବରରେ ସର୍ବାଧିକ ୧୫୦ ଜଣଙ୍କ ନମୁନା ପଜିଟିଭ୍ ଆସିଛି । ସର୍ବାଧିକ ରୋଗୀ କୋରାପୁଟରେ ଚିହ୍ନଟ ହୋଇଥିବାବେଳେ ତା’ପଛକୁ ରହିଛି ଜୟପୁର । ଏପର୍ଯ୍ୟନ୍ତ କୌଣସି ରୋଗାକ୍ରାନ୍ତଙ୍କ ମୃତ୍ୟୁ ହୋଇନି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି ।