ସୁନ୍ଦରଗଡ ରେ ବିରଳ ବାଘ । ସୁନ୍ଦରଗଡ ହେମଗିରି ରେଞ୍ଜର ଗର୍ଜନ ପାହାଡରେ ଦେଖିବାକୁ ମିଳିଚି କଳା ବାଘ ଦୀର୍ଘ ୬ ବର୍ଷ ପରେ ଏହି କଳା ବାଘ କୁ ଦେଖିବାକୁ ମିଳିଛି । ସୁନ୍ଦରଗଡ ଡିଏଫଓ ଙ୍କ କହିବା ଅନୁସାରେ ବାଘ ବା ବନ୍ୟ ଜନ୍ତୁଙ୍କୁ ଗଣନା ପାଇଁ ୨୫ ରୁ ଉର୍ଦ୍ଧ କ୍ୟାମେରା ବନ ବିଭାଗ ଦ୍ୱାରା ଲଗାଯାଇଥିଲା । ଯେଊଁଥିରେ କଳା ବାଘ ର ଫଟୋ କ୍ୟାମେରା ରେ କଏଦ ହୋଇଛି ।ବାଘର ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ସୂତନ୍ତ୍ର ଟିମ ଗଠନ କରାଯାଇଛି। ଅନେକ ପଶୁ ପ୍ରେମୀ ଓ ବନ ବିଭାଗ ଏଭଳି ବିରଳ ବାଘ କୁ ଦେଖି ଖୁସି ବ୍ୟକ୍ତ କରିଛନ୍ତି ।