ବିଶ୍ବ ବଜାରରେ ସୁନା ରକେଟ୍ ବେଗରେ ଦୌଡୁଛି। ଚଳିତ ବର୍ଷ ଆରମ୍ଭରୁ ସୁନା ମୂଲ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଆଜି ଏହା ସର୍ବକାଳୀନ ସ୍ତରରେ ପହଞ୍ଚି ଯାଇଛି। ୨୦୨୫ ମାର୍ଚ୍ଚ ମାସରେ ସୁନା ଦାମ ୯୦ ହଜାର ପାର ହୋଇଛି । ଆକାଶ ଛୁଆଁ ସୁନା ଦର । ଗତ କିଛି ଦିନ ମଧ୍ୟରେ ସୁନା ଦାମ୍ ରେକର୍ଡ ଭାଙ୍ଗିଛି । ମାର୍ଚ୍ଚ ୧୮ ଅର୍ଥାତ୍ ମଙ୍ଗଳବାର ସୁନା ଦାମ୍ ୯୦ ହଜାର ହୋଇଛି ।
୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୦ ହଜାରରେ ପହଞ୍ଚିଛି । ଗତକାଲି ଏହା ୮୯,୫୬୦ ଟଙ୍କା ଥିଲା । ଅର୍ଥାତ୍ ଦିନକରେ ୪୪୦ ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୨,୫୦୦ ଟଙ୍କା ରହିଛି । ଗତକାଲି ଏହା ୮୨,୧୦୦ ଥିଲା । ଦିନକରେ ୪୦୦ ଟଙ୍କା ଏଥିରେ ବୃଦ୍ଧି ହୋଇଛି । ସେହିପରି ୧୮ କ୍ୟାରେଟ୍ ସୁନା ନାମ୍ ୧୦ ଗ୍ରାମ୍କୁ ୬୭,୫୦୦ ଟଙ୍କା ରହିଛି । ଗତକାଲି ଏହା ୬୭,୧୮୦ ଟଙ୍କା ଥିଲା । ଗୋଟିଏ ଦିନରେ ଏହା ୩୨୦ ଟଙ୍କା ବୃଦ୍ଧି ପାଇଛି ।ରୁପା ଦାମ୍ ୧୦୦ ଗ୍ରାମ୍କୁ ୧୧,୩୦୦ ଟଙ୍କା ରହିଛି । ଗତକାଲି ଏହା ୧୧,୧୯୦ ଟଙ୍କା ଥିଲା । ଏଥିରେ ମଧ୍ୟ ୧୧୦ ଟଙ୍କା ବୃଦ୍ଧି ହୋଇଛି ।