ଛତିଶଗଡ ସୁକୁମା ଏସପିଙ୍କ ନିକଟରେ 9 ଜଣ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର 26 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଆତ୍ମସମର୍ପଣ କରିଥିବା 9 ଜଣ ମାଓବାଦୀଙ୍କ ମଧ୍ୟରେ 6 ଜଣ ମହିଳା ମାଓବାଦୀ ରହିଛନ୍ତି । ଏମାନେ ସୁକୁମା, ବିଜାପୁର ଓ ଦନ୍ତେୱାଡା ଜିଲ୍ଲାର ଅନେକ ବଡ ବଡ ମାଓ ହିଂସାରେ ସାମିଲ୍ ରହିଥିବା ନେଇ ସୂଚନା ଦେଇଛନ୍ତି ସୁକୁମା ଏସପି କିରଣ ଚୌହାନ । ଆତ୍ମସମର୍ପଣ ପରେ ସମସ୍ତଙ୍କୁ 25 ହଜାର ଟଙ୍କାର ପ୍ରୋତ୍ସାହନ ଚେକ୍ ପ୍ରଦାନ ପ୍ରଦାନ କରିଛନ୍ତି ସୁକୁମା ଏସପି କିରଣ ଚୌହାନ, ଅତିରିକ୍ତ ଏସପି ଉମେଶ ଗୁପ୍ତା ଓ ସିଆରପିଏଫ କମାଣ୍ଡେଣ୍ଟ । ପରେ ଛତିଶଗଡ ସରକାରଙ୍କ ନିୟମ ଅନୁସାରେ ଏମାନଙ୍କୁ ଥଇଥାନ କରାଯିବା ବୋଲି ସୁକୁମା ଏସପି କହିଛନ୍ତି ।