କୋରାପୁଟ ଗୁପ୍ତେଶ୍ୱର ସୁକୁନାଳ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଘଟଣା । ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମୃତାହତଙ୍କ ବିଷୟରେ ଜାଣି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଦୁର୍ଘଟଣାରେ ମୃତାହତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହିତ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଆହତଙ୍କ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜୟପୁର ବୈପାରୀଗୁଡ଼ା ଘାଟିରେ ବସ୍ ଓଲଟି ୪ ଜଣଙ୍କ ମୃତ୍ୟୁ ଘଟଣାରେ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁର୍ଘଟଣାରେ ମୃତାହତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି । ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଆହତଙ୍କ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ ଆଜି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଡକରିଘାଟିରୁ ଓଲଟି ପଡିଥିଲା ତୀର୍ଥଯାତ୍ରୀ ବସ୍ । ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତେବେ କଟକର ନିଆଳିରୁ ଗୁପ୍ତେଶ୍ୱର ଶୈବପୀଠକୁ ଯାଉଥିଲା ଟୁରିଷ୍ଟ ବସ । ତେବେ ସୁକୁନାଳ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଦୁର୍ଘଟଣାରେ କିଛି ପର୍ଯ୍ୟଟକ ଆହତ ହୋଇଥିବା ସୂଚନା । ସେମାନଙ୍କୁ ବୈପାରୀଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।