ଶୁକ୍ରବାର ଦିନ ସୁକିନ୍ଦା ବ୍ଲକ ପ୍ରଶାସନ ପକ୍ଷରୁ ଭୀମଭୋଇ ସାମର୍ଥ୍ୟ ଭିନ୍ନକ୍ଷମ ଅଭିଯାନ ରଥ ଶୁଭାରମ୍ଭ ହୋଇଛି। ସୁକିନ୍ଦା ବିଡ଼ିଓ ରେଶମା ଟେଟେ ପତାକା ଦେଖାଇ ବ୍ଲକ କାର୍ଯ୍ୟାଳୟରୁ ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଏହି ବ୍ଲକ ଅନ୍ତର୍ଗତ ଯେକୌଣସି ଅଞ୍ଚଳର କୌଣସି ଭିନ୍ନକ୍ଷମ ବ୍ୟକ୍ତି ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇନଥିବେ ସେମାନେ ଆସନ୍ତା ୨୪ତାରିଖରେ ସୁକିନ୍ଦା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ହେବାକୁ ଥିବା ଶିବିରରେ ନିଜର ଭିନ୍ନକ୍ଷମତା ପରୀକ୍ଷଣ କରିପାରିବେ। ଏହି ଶିବିରକୁ ଆସିବା ପୂର୍ବରୁ ସେମାନେ ସରକାରଙ୍କ ୱେବ୍ ସାଇଟରେ ପଞ୍ଜୀକରଣ କରିଥିବା ଦରକାର ବୋଲି ଜନସାଧାରଣଙ୍କୁ ଅବଗତ କରାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଏହି ରଥ ଆଜିଠାରୁ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ବୁଲି ଜଣାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ବିଡ଼ିଓ ସୂଚନା ଦେଇଛନ୍ତି।