ସୁକିନ୍ଦା ଖଣି ଅଂଚଳର ଶ୍ରମିକ ସଂଗଠନ ଦଖଲ ପରେ ଏବେ ସୁକିନ୍ଦା ପଂଚାୟତ ସମିତି ଦଖଲ ପାଇଁ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଗୋଟି ଚାଳନା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ସୁକିନ୍ଦା ବ୍ଳକର ୪ଟି ପଂଚାୟତର ୩ସରପଞ୍ଚ ଓ ୨ସମିତି ସଭ୍ୟ ବିଜେଡି ହାତ ଛାଡି ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସୁକିନ୍ଦା ବିଜେପି ପକ୍ଷରୁ ଆଜି ସ୍ଥାନୀୟ ସୁକିନ୍ଦା ଭବନ ଠାରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିଶ୍ଵଜିତ ରାଜଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମବାୟ,ହସ୍ତତନ୍ତ,ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ୍ ବଳସାମନ୍ତ ମୁଖ୍ୟ ଅତିଥୁ ଯୋଗ ଦେଇ ଭାରତୀୟ ଜନତା ପାର୍ଟୀର ନୀତି ଆଦର୍ଶକୁ ଭଲ ପାଇ ବିଜେଡି ଦଳକୁ ପରିତ୍ୟାଗ କରି ବିଜେପିରେ ସାମିଲ ହେବାକୁ ଆସିଥିବା ନୂତନ ଆଗନ୍ତୁକ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହିତ ଦଳୀୟ ଟୋପି ପିନ୍ଧାଇ ଦଳରେ ସାମିଲ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବଳିଷ୍ଠ ନେତୃତ୍ବ ପ୍ରତି ଆକୃଷ୍ଟ ହୋଇ ହାତିବାରୀ,ଖରଡି, ଆମ୍ପଳବା ଓ ଓଳିଆ ପଂଚାୟତର ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ଏହି ଛାମୁଆ କର୍ମୀଙ୍କ ସହିତ ଖରଡି ପଂଚାୟତର ବରିଷ୍ଠ ବିଜେଡି ନେତା ଅକ୍ଷୟ ସାହୁ, ପୁର୍ବତନ ସରପଞ୍ଚ ସୁରେଶ ସାହୁ ଓ ସରପଞ୍ଚ କୌଶଲ୍ୟା ସାହୁଙ୍କ ସହିତ ହାତିବାରୀ ଫଚାୟତର ସରଫଚ ମଧୁସ୍ମିତା ସେଠୀ,ସମିତି ସଭ୍ୟା ସସ୍ମିତା ଦାସ,ଓଳିଆ ଫଚାୟତର ସମିତି ସଭ୍ୟ ଯଯାତି କେଶରୀ ବେହେରା ଓ ଆମ୍ପଳବା ସରପଞ୍ଚ ନବଜ୍ୟୋତି ସାହୁ ପ୍ରମୁଖଙ୍କୁ ମନ୍ତ୍ରୀ ଶ୍ରୀବଳସାମନ୍ତ ଦଳୀୟ ଉତ୍ତରୀୟ,ଟୋପି ଓ ପୁଷ୍ପ ଗୁଚ୍ଛ ଦେଇ ଦଳରେ ସାମିଲ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଅମଳେନ୍ଦୁ ବେହୁରା,ରମଣୀରଂଜନ ବଳସାମନ୍ତ,ମନ୍ତ୍ରୀଙ୍କ ପ୍ରତିନିଧୂ ଶେଖର ମହାନ୍ତି, ଶିଳ୍ପାଞ୍ଚଳ ମଣ୍ଡଳ ସଭାପତି ପ୍ରଶନ୍ନ ବେହେରା ଓ ଖଣି ଅଚଂଳ ମଣ୍ଡଳ ସଭାପତି ମନୋଜ ନାୟକ,ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ପଟ୍ଟନାୟକ,ରଜେନ୍ଦ୍ର କାଲୁଣ୍ଡିଆ ପ୍ରମୂଖ ଉପସ୍ଥିତ ଥିଲେ।