ସୁକିନ୍ଦା ଥାନା ଅନ୍ତର୍ଗତ ବିରିଗଡ଼ାରେ ଛେଳି ଚରାଇବାକୁ ଘର ପାଖ ଜଙ୍ଗଲ ନିକଟସ୍ଥ ବିଲକୁ ଯାଇଥିଲା ଯୁବତୀ । ଶୂନଶାନ ଖରାବେଳେ କେହି ନଥିବାର ସୁଯୋଗ ଦେଖି ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା ଯୁବକ । ଦୁଷ୍କର୍ମ କରିସାରି ଘଟଣା ସ୍ଥଳରୁ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିବା ସମୟରେ ମାଡି ବସିଥିଲେ ଗ୍ରାମବାସୀ । ଦୁଷ୍କର୍ମ ହୋଇଥିବା କାରଣରୁ ଲଜ୍ୟା ଏବଂ ଭୟରେ ଆତ୍ମହତ୍ୟା କରିବା ପାଇଁ ଗଛରେ ଚଢ଼ୁଥିବା ବେଳେ ଗୋଡ଼ ଖସି ଯିବାରୁ ତଳେ ପଡିଯାଇଥିଲେ ପୀଡିତା ଜଣଙ୍କ । ପୀଡିତାର ଚିତ୍କାର ଶୁଣି ଘଟଣା ସ୍ଥଳକୁ ଦୌଡ଼ି ଯାଇଥିଲେ ଗ୍ରାମବାସୀ । ପରେ ପୀଡିତାର ବାପାଙ୍କୁ ଯୋଗାଯୋଗ କରିଥିଲେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଗ୍ରାମବାସୀ । ସଙ୍ଗେ ସଙ୍ଗେ ପୀଡିତାର ବାପା ଘଟଣାସ୍ଥଳରେ ପହଞ୍ଚି ସୁକିନ୍ଦା ପୋଲିସ ସହ ଯୋଗାଯୋଗ କରିଥିଲେ । ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଷ୍କର୍ମ କରିଥିବା ଯୁବକକୁ କାବୁ କରି ପିଡିତା ଜଣଙ୍କୁ ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ଚିକିତ୍ସା କରାଇଥିବା ଦେଖିବାକୁ ମିଳିଥିଲା । ପରେ ପୀଡିତାର ବାପାଙ୍କ ଅଭିଯୋଗ ଆଧାରରେ ସୁକିନ୍ଦା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।