<h3>ପ୍ରଭୁ ଶ୍ରୀରାମଙ୍କ ରାଜାଭିସେକ ତିଥି ଅବସରରେ ସୁକିନ୍ଦାଗଡ ରାମ ମନ୍ଦିର କମିଟି ପକ୍ଷରୁ ପ୍ରଭୁ ଶ୍ରୀରାମଙ୍କ ରଥ ନଗର ପରିକ୍ରମା ଭବ୍ୟଶୋଭାଯାତ୍ରା ମଙ୍ଗଳାବର ଅପରାହ୍ନ ୫ ଘଟିକା ଠାରୁ ଆରମ୍ଭ ହୋଇ ରାତି ୯ ଘଟିକା ପର୍ୟ୍ୟନ୍ତ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏକ ସୁସଜ୍ଜିତ ରଥରେ ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ଫଟୋ ରଖି ସୁକିନ୍ଦାଗଡ ପରିକ୍ରମା କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅପରାହ୍ନରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଶହ ଶହ ପୁରୁଷ,ମହିଳା, ଯୁବ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଜୟ ଶ୍ରୀରାମ ନାରାରେ ସୁକିନ୍ଦାଗଡ଼ ବିଭିନ୍ନ ସାହି ଓ ରଥଦାଣ୍ଡ ପ୍ରକମ୍ପିତ ହୋଇଥିବା ଦେଖିବାକୁ ମିଳିଛି।ପବିତ୍ର ରାମନବମୀ ଠାରୁ ରାମ ମନ୍ଦିରରେ ରାମଲୀଳା ପାଠ କରାଯାଏ । ଆଜି ପ୍ରଭୁଙ୍କ ରାଜଭିସେକ ତିଥି ସର୍ବସାଧାରଣଙ୍କ ମନେ ପକାଇବା ଉଦ୍ଦେଶ୍ୟରେ ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଥିବା ଆୟୋଜକ କମିଟି ପକ୍ଷରୁ ପ୍ରକାଶ କରିଛନ୍ତି ।</h3>