ସୀମା ଟପିଲାଣି ନ୍ୟାୟ ପାଇବା ଆଶା । ଆନେ୍ଦାଳନ ମାସେ କି ଦୁଇମାସ ନୁହେଁ, ପୁରା ୮ବର୍ଷ । ରାଜଧାନୀରୁ ରାଜରାସ୍ତା । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଗାଁ ସରପଂଚ, ସମସ୍ତଙ୍କ ପାଖରେ ଗୁହାରୀ କରିଛି । ମାତ୍ର ନ୍ୟାୟ ପାଇବା ଆଶା ବାଟ ହୁଡିଛି । କିନ୍ତୁ ଆନେ୍ଦାଳନ ରାସ୍ତାରୁ ହଟିନି ସପରିବାର । ଆଜି ବି ପିପିଲି ତହସିଲ କାର୍ଯ୍ୟାଳୟରେ ନ୍ୟାୟ ପାଇଁ ଧାରଣାରେ ବସିଥିଲେ ଧଳ ପରିବାର । ଦୀର୍ଘ ଦିନରୁ ତହସିଲଦାର ନ୍ୟାୟ ଦେବାରେ ବିଫଳ ହୋଇଥିବା ବେଳେ ଆଜି ଅଚାନକ ସବକଲେକ୍ଟର ତହସିଲ କାର୍ଯ୍ୟାଳୟକୁ ଆସିଥିଲେ । କିନ୍ତୁ ଧାରଣାରେ ଥିବା ଧଳ ପରିବାର ସବକଲେକ୍ଟରଙ୍କ ଗୁହାରୀ କରିଥିଲେ । କିନ୍ତୁ ସବକଲେକ୍ଟର ମନକୁ ବୁଝାଇଲା ଭଳି ଉତର ଦେଇ ଚାଲି ଯାଇଥିଲେ । ଯାହାକୁ ନେଇ ପରିବାର ଲୋକ ଗାଡି ସାମ୍ନାରେ ଶୋଇ ପଡିଥିଲେ । ଶେଷରେ ସବକଲେକ୍ଟର ଏମାନଙ୍କର ଗୁହାରୀ ଶୁଣିବା ସହ ସମାଧାନର ପ୍ରତିଶୃତି ଦେଇଥିଲେ ।