ବ୍ୟୁରୋ : ସି.ଜି.ଆଇଙ୍କୁ 21 ପୂର୍ବ ବିଚାରପତିଙ୍କ ଚିଠି । ସେଥିରେ ରହିଛନ୍ତି 4 ସୁପ୍ରିମ କୋର୍ଟର ପୂର୍ବ ବିଚାରପତିଙ୍କ ସମେତ 17ଜଣ ହାଇକୋର୍ଟର ପୂର୍ବ ବିଚାରପତି । ତେବେ ଦେଶର ନ୍ୟୟ ବ୍ୟବସ୍ଥାକୁ ଦୁର୍ବଳ କରାଯିବା ନେଇ ଅଭିଯୋଗ ରହିଛି । ଯଦିଓ କିଛି ମାସ ତରେ 700ରୁ ଅଧିକ ଆଇନଜୀବି ଏନେଇ ମାନ୍ୟବର ଉଚ୍ଚନ୍ୟାଳୟର ମୁଖ୍ୟବିଚାରପତି ସି.ଜି.ଆଇ ଚନ୍ଦ୍ରଚୁଡଙ୍କୁ ଅଭିଯୋଗ ଜଣାଇଥିଲେ । ଖାଲି ସେତିକି ନୁହେଁ କେତେକ ଗୋଷ୍ଠୀ ସୁଚିନ୍ତିତ ଚାପ ସୃଷ୍ଟି କରିବା, ଭୁଲ ତଥ୍ୟ ପ୍ରଚାର କରି ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି । ରାଜନୈତିକ ସ୍ୱାର୍ଥ ଏବଂ ବ୍ୟକ୍ତିଗତ ଲାଭକୁ ଦୃଷ୍ଟିରେ ରଖି କିଛି ଉପାଦାନ ଦ୍ୱାରା ଏପରି କରାଯାଉଛି ବୋଲି ଅବସରପ୍ରାପ୍ତ ବିଚାରପତିମାନେ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି। ଯେଉଁମାନେ ଏହି ଚିଠି ଲେଖିଛନ୍ତି ସେମାନଙ୍କ ମଧ୍ୟରେ ହାଇକୋର୍ଟର ୧୭ ଜଣ ପୂର୍ବତନ ବିଚାରପତି ଏବଂ ସୁପ୍ରିମକୋର୍ଟର ଚାରିଜଣ ପୂର୍ବତନ ବିଚାରପତି ଅଛନ୍ତି। ପ୍ରକାଶ ଥାଉକି, ଅବସରପ୍ରାପ୍ତ ବିଚାରପତିମାନେ ଏହି ଘଟଣାଗୁଡ଼ିକ ବିଷୟରେ ସବିଶେଷ ତଥ୍ୟ ଦେଇନାହାଁନ୍ତି । ତେବେ ଦୁର୍ନୀତି ମାମଲାରେ ବିରୋଧୀ ଦଳର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଶାସକ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଥିବା ବେଳେ ଏହି ଚିଠି ଚର୍ଚ୍ଚାର ବିଷୟ ପାଲଟିଛି ।