<h3>ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ୭ମାସ ରୁ ଅଧିକ ସମୟ ଜେଲରେ ଥିବା ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ରୁ ଲାଗିଛି ଝଟକା । କୋର୍ଟ ପୁଣି ତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ଆସନ୍ତା ମେ ୭ ତାରିଖ ପର୍ଯ୍ୟାନ୍ତ ବଢାଇ ଦେଇଛନ୍ତି । ବୁଧବାର ଦିନ ରାଉସ୍ ଆଭେନ୍ୟୁ କୋର୍ଟରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ବର୍ତ୍ତମାନ ଚାର୍ଜ ଫ୍ରେମ ନକରିବାକୁ ସିବିଆଇ ଆବେଦନ କରିଥିଲା। ଏଭଳି ଆବେଦନ ପଛର କାରଣ କ’ଣ ବୋଲି କୋର୍ଟ ଜବାବ ମାଗିଥିଲେ। ଭିଡିଓ କନଫରନେସିଂ ଜରିଆରେ ମନୀଷ ସିସୋଦିଆ କୋର୍ଟ ଶୁଣାଣିରେ ହାଜର ହୋଇଥିଲେ।</h3> <h3>ଗତକାଲି ଅର୍ଥାତ୍ ମଙ୍ଗଳବାର କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ବିଆର୍ଏସ୍ ନେତ୍ରୀ କେ.କବିତାଙ୍କ ମଧ୍ୟ ନ୍ୟାୟିକ ହେପାଜତକୁ ମେ’ ୭ ପର୍ୟ୍ୟନ୍ତ ବୃଦ୍ଧି କରିଥିଲେ।</h3>