ଭୁବନେଶ୍ୱର : ରାଜଧାନୀରେ ଥିବା ଏକ ପ୍ରମୁଖ କୋଚିଂ ସେଣ୍ଟର ଆଲେନ୍ ଇନଷ୍ଟିଚ୍ୟୁଟକୁ ବିଏମସି ସିଲ୍ କରିଛି । ଇନଷ୍ଟିଚ୍ୟୁଟର କିଛି ଅନ୍ତେବାସୀଙ୍କଠାରେ କରୋନା ଲକ୍ଷଣ ସାମ୍ନାକୁ ଆସିବା ପରେ ବିଏମସି ପକ୍ଷରୁ ଏକି ପଦକ୍ଷେପ ନିଆଯାଇଛି । ସୂଚନାନୁସାରେ, ରାଜ୍ୟରେ ଏବେ କରୋନା ମାମଲା ବଢିବାରେ ଲାଗିଛି । ଗତ କିଛି ଦିନ ଧରି ୨୦୦ରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ଏହାମଧ୍ୟରେ ରବିବାର ରାଜଧାନୀ ଆଲେନ ଇନଷ୍ଟିଚ୍ୟୁଟ ହଷ୍ଟେଲର କିଛି ଅନ୍ତେବାସୀଙ୍କଠାରେ କରୋନା ଲକ୍ଷଣ ଦେଖାଯିବା ପରେ ସ୍ୱାବ ଟେଷ୍ଟି ପାଇଁ ପଠାଯାଇଥିଲା । ୩୦ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିବା ପରେ ବିଏମସି ଇନଷ୍ଟିଚ୍ୟୁଟକୁ ସିଲ୍ କରିଛି ।