ହାଇୱା ଧକ୍କାରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ୩ଟି ଟ୍ରେଲର ଓଲଟି ପଡ଼ିଥିଲା। କେନ୍ଦୁଝର ୫୨୦ ନମ୍ବର ଜାତୀୟ ରାଜପଥ ଟଣ୍ଟୋ ନିକଟରେ ସିରିଜ ଦୁର୍ଘଟଣା . ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏହି ଦୁର୍ଘଟଣାରେ ଜଣେ ଟ୍ରେଲର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଟ୍ରେଲର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ହାଇୱା ସମେତ ୩ଟି ଟ୍ରେଲର ରାସ୍ତା କଡକୁ ଓଲଟି ପଡିଛି ।
ଏକ ୧୬ ଚକିଆ ହାଇୱା ଟ୍ରକ୍ କୋଇଡ଼ା ଅଞ୍ଚଳରୁ ଲୁହାପଥର ଗୁଣ୍ଡ ବୋଝେଇ କରି ବଲାଣୀ ରେଳ ସାଇଡିଂ ଅଭିମୁଖେ ଯାଉଥିଲା। ମାତ୍ର କାଶିଆ ଛକ ନିକଟରେ ଗାଡ଼ିର ଆଗ ଚକ ଫାଟିଯାଇଥିଲା। ଫଳରେ ଭାରସାମ୍ୟ ହରାଇ ହାଇୱାଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେଇଥିଲା ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଲାଇନରେ ଠିଆ ହୋଇଥିବା ୩ଟି ଟ୍ରେଲର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା । ହାଇୱା ପ୍ରଥମେ ଧକ୍କା ମାରିଥିବା ଟ୍ରେଲରଟି ଏହି ଦୁର୍ଘଟଣାରେ ବହୁତ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ସମୟରେ ଟ୍ରେଲର ଡ୍ରାଇଭର କ୍ୟାବିନ ଭିତରେ ଶୋଇଥିବା ବେଳେ ଚାପି ହୋଇ ମୃତ୍ୟୁମୁଖରେ ପଡ଼ିଛନ୍ତି।