ଲକ୍ଷ୍ମୀପୁର ସଦର ମହକୁମା ଠାରେ ଥିବା ସିଦ୍ଧେଶ୍ୱରୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ପାଳନ ନିମନ୍ତେ ପିଟିଏ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଛାତ୍ରଛାତ୍ରୀ ମାନଙ୍କ ଅବିଭାବକ ମାନେ ଯୋଗ ଦେଇ ସ୍କୁଲର ବାର୍ଷିକ ଉତ୍ସବ ନିମନ୍ତେ ଆଲୋଚନା କରି ଥିଲେ।
ବୈଠକରେ ଚଳିତ ବାର୍ଷିକ ଉତ୍ସବ ବିଷୟରେ ଆଲୋଚନା ହେବା ସହ ସ୍କୁଲରେ ଛାତ୍ରଛାତ୍ରୀ ମାନେ କିପରି ପାଠ ପଢି ଉନ୍ନତି କରିବେ ସେ ସମ୍ପର୍କରେ ଶିକ୍ଷକ ଓ ଅବିଭାବକ ମଧ୍ୟରେ ସିଧାସଳଖ ଆଲୋଚନା ହୋଇଥିଲା । ବୈଠକରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିବା ବେଳେ ସିଦ୍ଧେଶ୍ୱରୀ ପବ୍ଲିକ ସ୍କୁଲର ବରିଷ୍ଠ ଶିକ୍ଷକ ତଥା ଅନୁଷ୍ଠାନର ଆଡଭାଇଜର୍ ଅଶୋକ ରାମ ରାଣା ବୈଠକକୁ ପରିଚାଳନା କରିଥିଲେ।