ଲକ୍ଷ୍ମୀପୁର ସଦର ମହକୂମା ଠାରେ ଥିବା ସିଦ୍ଧେଶ୍ୱରୀ ପବ୍ଲିକ ସ୍କୁଲର ୧୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଥିବା ବେଳେ ଏଥିରେ ଅତିଥି ଭାବେ ଲକ୍ଷ୍ମୀପୁର ବ୍ଲକ ବିଡ଼ିଓ ଗୁରେଶ୍ଵର ଭୋଇ ଉପାଧ୍ୟକ୍ଷା ଶ୍ରୀମତୀ ଆରତୀ କୁଲଦୀପ, ସମାଜ ସେବୀ ଶ୍ରୀମତୀ ମିଶ୍ର, କାକିରିଗମ୍ମା ଥାନା ଅଧିକାରୀ ଡମ୍ବରୁଧର ଭାତ୍ରା, ପ୍ରସାଦ ଖରା,ଏବିଓ ବିଭୂତି ଭୂଷଣ ଟାକ୍ରୀ,ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗଲେକ ଚନ୍ଦ୍ର ଲେଙ୍କା, ସରପଞ୍ଚ ଶ୍ୟାମସୁନ୍ଦର ତାଡ଼ିଙ୍ଗି ପ୍ରମୁଖ ଯୋଗଦେଇ ଥିବା ବେଳେ ସିଦ୍ଧେଶ୍ୱରୀ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ସସ୍ମିତା ବିଶ୍ଵାଳ ଅତିଥି ମାନଙ୍କୁ ପାଛୋଟି ନେବା ସହ ଅତିଥି ଦ୍ଵାରା ଦୀପମାଲ୍ୟ କରିବା ପରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏବଂ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍କୁଲ ପ୍ରିନ୍ସିପାଲ ପୁଷ୍ପଗୁଚ୍ଛ ଓ ଉପଡଖନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହା ପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିବା ବେଳେ ଉପସ୍ଥିତ ଅଭିଭାବକ ଓ ଦର୍ଶକ ଛାତ୍ରଛାତ୍ରୀଙ୍କ ନୃତ୍ୟ ଦେଖି ମନଭରି ଉପଭୋଗ କରିଥିଲେ। ଏହି ବାର୍ଷିକ ଉତ୍ସବ ଅବସରରେ ନିଜ ନିଜର ଶିକ୍ଷକତା ଜୀବନ ସିଦ୍ଧେଶ୍ୱରୀ ପବ୍ଲିକ ସ୍କୁଲ ଦ୍ଵାରା ଆରମ୍ଭ କରି ନିକଟରେ ସରକାରୀ ଚାକିରୀ ପାଇଥିବା ଶିକ୍ଷକ ଲିଙ୍ଗରାଜ ମାଉଡ଼ି ଓ ଶିକ୍ଷୟିତ୍ରୀ ସୁଶ୍ରୀ ଯମୁନା କନ୍ଧପାଣି ଉଭୟଙ୍କୁ ଉତ୍ସବରେ ସମ୍ମାନିତ କରାଯାଇଥିଲା। ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଟିକୁ ସ୍କୁଲ ଟିଚର୍ ଅଶୋକ ରାମ ରାଣା ପରିଚାଳନା କରିଥିଲେ। ଶେଷରେ ଅଭିଭାବକ ଓ ଟିଚର୍ସ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା।