<h3>ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଅନୁଯାୟୀ ୧୪ ଜଣଙ୍କୁ ଭାରତର ନାଗରିକତା ମିଳିଛି । ମେ ୧୫ (ବୁଧବାର)ରେ ବୈଦେଶିକ ମନ୍ତ୍ରାଳୟ ଏନେଇ ସୂଚନା ଦେଇଛି । ସିଏଏରେ ୧୪ ଜଣଙ୍କୁ ଭାରତୀୟ ନାଗରିକତା ପ୍ରମାଣପତ୍ର ପ୍ରଦାନ କରାଯାଇଛି । ନାଗରିକତା ସଂଶୋଧନ ଆଇନ୍ ଲାଗି ୨୦୨୪ରେ ବିଜ୍ଞପ୍ତି ଜାରି ହେବା ପରେ ପ୍ରଥମ ଥର ନାଗରିକତା ପ୍ରମାଣପତ୍ର ବିତରଣ ଭାରତ ସରକାର ୧୧ ମାର୍ଚ୍ଚ ୨୦୨୪ରେ ନାଗରିକତା ସଂଶୋଧନ ଆଇନ୍କୁ ନେଇ ବିଜ୍ଞପ୍ତି ଜାରି କରିଥିଲେ । କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ନୂଆଦିଲ୍ଲୀରେ ଆବେଦକଙ୍କୁ ପ୍ରମାଣପତ୍ର ଦେଇଛନ୍ତି । ଏହି ନିୟମ ଅନୁସାରେ, ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କୁ ଭାରତର ନାଗରିକତା ମିଳିବ । ଧାର୍ମିକ ଉତ୍ପୀଡନ ରେ ଶିକାର ହୋଇ ଭାରତ ଆସିଥିବା ସଂଖ୍ୟାଲଘୁଙ୍କୁ ନାଗରିକତା ଦେବା ଲାଗି ସିଏଏ ଲାଗୁ ହୋଇଛି ..</h3>