ଧୂରୀଣ ସାରସ୍ୱତ ସାଧକ, କବି, ଗାଳ୍ପିକ, ପ୍ରାବନ୍ଧିକ, ଅନୁବାଦକ ତଥା “ଖୋଲା ଝର୍କା” ସାହିତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଫେସର ପ୍ରଶାନ୍ତ ବିଶ୍ୱାଳ ଏବଂ ସାହିତ୍ୟ ପାଇଁ ସମର୍ପିତ ତା’ଙ୍କ ସହଧର୍ମିଣୀ ଝରଣା ବିଶ୍ୱାଳଙ୍କ ଅକାଳ ବିୟୋଗ ମାହାଙ୍ଗା ଅଂଚଳ ପାଇଁ ଅପୂରଣୀୟ କ୍ଷତି ବୋଲି ବହୁ ବିଶିଷ୍ଟ ବ୍ୟକ୍ତିମାନେ ମତ ପୋଷଣ କରିଛନ୍ତି l ଝରଣା ଓ ପ୍ରଶାନ୍ତଙ୍କ ଏକାଦଶାହ ତିଥିରେ ମାହାଙ୍ଗା ବ୍ଲକ ଶ୍ରୀକୃଷ୍ଣପୁର ପଞ୍ଚାୟତ ଅଡମ ମହେଶପୁର ଗ୍ରାମରେ ଗୁରୁବାର ଦିନ ଆୟୋଜିତ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ,ଅଧ୍ୟାପକ,ସାମ୍ବାଦିକ, ବୁଦ୍ଧିଜୀଵୀ ମାନେ ଯୋଗଦେଇଥିଲେ l ଗୀତିକାର ବିଶ୍ୱେଶର ମହାନ୍ତି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ l ସାହିତ୍ୟିକ ଅଖିଳେଶ ମହାନ୍ତି ଶ୍ରଦ୍ଧାଞ୍ଜଳି ସମାରୋହ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ l ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ତଥା “ଖୋଲା ଝର୍କା” ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଭୂୟାଁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ l ସମ୍ମାନୀତ ଅତିଥିଭାବେ ପ୍ରାଧ୍ୟାପକ ଡକ୍ଟର ଭୁବନାନନ୍ଦ ସାହୁ, କବି ତୁହିନାଂଶୁ ରଥ, କବି ପିନାକ ସିଂ, ଶିକ୍ଷାବିତ ଭାବଗ୍ରାହୀ ରାଉତ,ସମ୍ବାଦର କଟକ ସଂସ୍କରଣ ମୁଖ୍ୟ କୃଷ୍ଣ ପ୍ରସାଦ ଦାଶ,କବି ଭକ୍ତ ଚରଣ ସାହୁ ପ୍ରମୁଖ ଯୋଗଦେଇ ସ୍ବର୍ଗୀୟା ଝରଣା ଦେବୀ ଓ ସାହିତ୍ୟିକ ପ୍ରଶାନ୍ତ ବିଶ୍ୱାଳଙ୍କ ଜୀବନର ବହୁ ଅନାଲୋଚିତ ଦିଗ ଉପରେ ଆଲୋକପାତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କବି ପ୍ରଶାନ୍ତ କର, କବି ବିମଳ ପତି, କବି ନିରଞ୍ଜନ ଜେନା, ଅଧ୍ୟାପକ ତ୍ରିଲୋଚନ ରାଉତ, ଡକ୍ଟର ପ୍ରତାପ ଚୌଧୁରୀ,ପ୍ରାଧ୍ୟାପକ ଜୟନ୍ତ କୁମାର ସାହୁ,ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ,ଇଂ ଅଜୟ କୁମାର ରାଉତ,ଗାଳ୍ପିକ ଭବେଶ ଚନ୍ଦ୍ର କର,ଶିକ୍ଷକ ହୃଷିକେଶ ବେହେରା, ଅକ୍ଷୟ କୁମାର ସାମଲ,ରବି ଦାସ, ପ୍ରମୁଖ ଦିବଂଗତ ପତି ପତ୍ନୀଙ୍କ ଅମର ଆତ୍ମାର ସଦଗତି କାମନା ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l