ରାଉରକେଲାରେ ଅନୁଷ୍ଠିତ ଦଳର ଚିନ୍ତନ ବୈଠକ . ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ସାଧାରଣ ନିର୍ବାଚନରେ ଜିତିବା ପାଇଁ ଦଳ ଲଢ଼େଇ କରିବ। ଚିନ୍ତନ ବୈଠକରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଦଳର ୪୦ଜଣ ବରିଷ୍ଠ ନେତା ଏହି ବୈଠକରେ ଯୋଗ ଦେଇଥିଲେ। ଓଡ଼ିଶାରେ କୌଣସି ରାଜନୀତିକ ଦଳ ସହ ସାଲିସ ଓ ମେଂଟ କରାଯିବାର ପ୍ରଶ୍ନ ଉଠୁନାହିଁ। ଦଳ ଜିତିବା ପାଇଁ ଏଥର ଲଢ଼େଇ କରିବ । ଆତ୍ମବିଶ୍ୱାସର ସହ ଏଥର ଲଢ଼େଇକୁ ଯାଉଛୁ।
ସମସ୍ତ ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ଆସନରେ ଦଳ ପ୍ରାର୍ଥୀ ଦେବ। ଲୋକଙ୍କ ସହ ସମ୍ପର୍କ ଓ ଲୋକଙ୍କ ସାଙ୍ଗରେ ରହି କାମ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ୪ଟି ଜାତି ଉପରେ ପ୍ରଧାନମନ୍ତ୍ରୀ କହୁଛନ୍ତି। ଚାଷୀ,ମହିଳା,ଯୁବ ଓ ଗରିବ ଉପରେ ଧ୍ୟାନକେନ୍ଦ୍ରିତ କରିବୁ। ସେମାନଙ୍କ ସହ ଜଡ଼ିତ ହୋଇ ସେମାନଙ୍କ ନିମନ୍ତେ କାମ କରିବାର ଅଛି। ଏଥର ଦଳ ରାଜ୍ୟରେ ସରକାର ଗଢ଼ିବା ସହ ଲୋକସଭାରେ ୧୬ରୁ ଅଧିକ ସିଟ୍ ଆଣିବ ବୋଲି ସେ ଦମ୍ଭୋକ୍ତି ବାଢ଼ିଛନ୍ତି।