ଭୁବନେଶ୍ୱର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ତେବେ ଆଗାମୀ ୫ଦିନ ମଧ୍ୟରେ ତାପମାତ୍ରା ଧିରେ ଧିରେ ବଢିବା ସହିତ ଶୀତ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତାପମାତ୍ରା ୨ରୁ ୩ଡିଗ୍ରୀ ହ୍ରାସ ଘଟିଥିବାବେଳେ ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ। ରାଜ୍ୟରେ ଯେଉଁଭଳି ଭାବରେ ଶୀତର ପ୍ରକୋପ ଦେଖିବାକୁ ମିଳିଥିଲା ସେଥିରେ ସାମାନ୍ୟ ପରିବର୍ତ୍ତନ ଆସିଛି। ଧିରେ ଧିରେ ଶୀତ କମିବା କାରଣରୁ ଲୋକମାନେ ଆଶ୍ୱସ୍ତି ଲାଭ କରୁଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୭.୦ଡିଗ୍ରୀ ସେଲସିୟସ ରେର୍କଡ କରାଯାଇଥିବାବେଳେ ଦାରିଙ୍ଗବାଡିରେ ୧୦.୦ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୧୫.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।