ସାରା ଦେଶରେ 78 ତମ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ବେଳେ ଲକ୍ଷ୍ମୀପୁର ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ଠାରେ ମଧ୍ୟ 78 ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ଉକ୍ତ ଉତ୍ସବରେ ଲକ୍ଷ୍ମୀପୁର ଯୁବ ଇଂଜିନିୟରିଂ ବିଧାୟକ ପବିତ୍ର ସାଉଁନ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ। ଛାତ୍ର ଛାତ୍ରୀଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରିବା ପରେ ଯୁବ ବିଧାୟକ ପବିତ୍ର ସାଉଁନ୍ତା ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକେଇ ଉଦବୋଧନ ଦେବା ସହ ତାଙ୍କ ନିଜ ଜେଜେ ମଧ୍ୟ ଜଣେ ସ୍ଵାଧିନ ସଂଗ୍ରାମୀ ଥିବାରୁ ମୁଁ ନିଜକୁ ଗର୍ବିତ ବୋଲି କହିବା ସହ ଛାତ୍ରଛାତ୍ରୀମାନଙ୍କୁ ଗୁଗୁଲ ସିଇଓ ଠାରୁ ଆରମ୍ଭ କରି କ୍ରିକେଟର ସଚ୍ଚିନ ତେନ୍ଦୁଲକର ଉଦାହରଣ ଦେଇ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେଇଥିଲେ। ସ୍ଵାଧୀନତା ଉତ୍ସବରେ ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ସୁନ୍ଦର ବିଶ୍ଵ ମେଘାଜିନ୍ କୁ ବିଧାୟକ ସ୍ୱାକ୍ଷର ଦ୍ଵାରା ଉନ୍ମୋଚନ କରାଯାଇଥିଲା। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ରେଡ୍ କ୍ରସ୍ ଏବଂ ସ୍କାଉଟ୍ କ୍ଲବ ଉପସ୍ଥିତି ଥିବା ବେଳେ ବିଜ୍ଞାନ ଶିକ୍ଷକ ଗୋଲେକ ଚନ୍ଦ୍ର ଲେଙ୍କା ପରିଚାଳନା କରିଥିଲାବେଳେ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଓ ସୁରୋଜ ନାୟର୍ ଏବଂ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।