<h3>ବଲାଙ୍ଗୀର/ଟିଟିଲାଗଡ: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ ବେଲପଡ଼ା ଗ୍ରାମର ରିହାନ ବାଗ (୧୫),ପିତା,କାମନାନିଧି ବାଗ,ତାଙ୍କ ପୁଅ ନିଖୋଜ ସମ୍ପର୍କରେ ଗତ ତା୧୪-୦୪-୨୪ରିଖ ଦିନ ଟିଟିଲାଗଡ ଥାନାକୁ ଆସି ପୁଅର ନିଖୋଜ ସମ୍ପର୍କରେ ଏକ ଏତଲା ଦେଇଥିଲେ । ଏହି ସମ୍ପର୍କରେ ଟିଟିଲାଗଡ ଥାନାରେ ଏକ ମକଦ୍ଦମା ସଂଖ୍ୟା,୧୬୬/୧୪-୦୪-୨୪ରିଖ ଅନୁଯାୟୀ,ଧାରା ୩୬୩ କ୍ରମେ ତଦନ୍ତ ଆରମ୍ଭ କରାଯାଇଥିଲା । ପ୍ରକାଶ ଯେ, ଉକ୍ତ ଗ୍ରାମର ରୋହନ ବାଗ ଏବଂ ରିହାନ ବାଗ ସାଙ୍ଗ ହୋଇ ମିଳାମିଶା କରୁଥିଲେ । କିଛି ଦିନ ପୂର୍ବରୁ ତାଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ପାଟି, ତୁଣ୍ଡ ହୋଇଥିଲା । ଉକ୍ତ ରୋହନ ବାଗକୁ ଟିଟିଲାଗଡ ଥାନା ପୋଲିସ ସନ୍ଦେହରେ ଆଣି ଜେରା କରିବା ସମୟରେ ଅଭିଯୁକ୍ତ ରୋହନ ବାଗ ହତ୍ୟା କରିଥିବା ସ୍ବୀକାର କରିଥିଲା । ଏଥି ପାଇଁ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀମତୀ ଅଙ୍କିତା କୁମ୍ଭାର ତଥା ଟିଟିଲାଗଡ ଭାରପ୍ରାପ୍ତ ଥାନା ଅଧିକାରୀ ଅବନୀ ସାହୁ ମିଳିତ ଭାବେ ଉକ୍ତ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସବିଶେଷ ତଦନ୍ତ କରିବା ସହ କିଭଳି ହତ୍ୟା କଲା ସେ ନେଇ ସିନ ରି କ୍ରିଏସନ୍ କରେଇଥିଲେ । ପ୍ରକାଶ ଯେ, ପୂର୍ବରୁ ରାଗ ରଖି କିଭଳି ହତ୍ୟା କରିବ ସେ ନେଇ ଯୋଜନା କରିଥିଲା।</h3> <h3>ଅଭିଯୁକ୍ତ ରୋହନ ଗତ ୧୪ତାରିଖ ସନ୍ଧ୍ୟା ପ୍ରାୟ ପାଞ୍ଚଟାରୁ ଛଅଟା ସମୟ ମଧ୍ୟରେ ରିହାନ ଘର ନିକଟସ୍ଥ ନଇକୁ ଝାଡା ଯାଉଥିବା ବେଳେ ତା ପଛରେ ଯାଇଥିଲା ଓ ଫେରିବା ବେଳକୁ ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।ରୋହନ ମୃତ ରିହାନକୁ ତଳେ ଗଡ଼େଇ ତଣ୍ଟି ଚିପି ଦେବାରୁ ତାର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ରିହାନ୍ ଧରିଥିବା ଗାମୁଛାରେ ତା ବେକକୁ ଗୁଡେଇ ପ୍ରାୟ ୫୦ ମିଟର ଦୂର ବୁଦାରେ ପକେଇ ଘାସ, ଡାଳ ପତ୍ରରେ ଘୋଡେ଼ଇ ଦେଇଥିଲା । ଏହି ହତ୍ୟାକାଣ୍ଡ ନେଇ ସାଧାରଣରେ ବେଶ୍ ହଟଚମଟ ସୃଷ୍ଟି ହୋଇଛି ।</h3> <h3></h3>