ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ । ପାଇଲଟ ସୁରକ୍ଷିତ । ୩ ବ୍ୟକ୍ତି ମୃତ । ବିମାନ ଦୁର୍ଘଟଣାର କାରଣ ଅସ୍ପଷ୍ଟ । ରାଜସ୍ଥାନରେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନର ହନୁମାନଗଡ଼ରେ ଗଓଏ-୨୧ ଫାଇଟର ଜେଟ୍ ଖସି ପଡ଼ିଛି। ଜନବସତି ଅଞ୍ଚଳରେ ବିମାନ ଖସିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ ସୁରକ୍ଷିତ ଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ବାୟୁସେନାର ଗଓଏ-୨୧ ଫାଇଟର ଜେଟ୍ ଆଜି ସୁରତଗଡ଼ରୁ ଉଡ଼ାଣ ଭରିଥିଲା। ତେବେ ହନୁମାନଗଡ଼ ନିକଟରେ କ୍ରାଶ୍ ହୋଇ ଜନବସତି ଅଞ୍ଚଳରେ ବିମାନଟି ଖସି ପଡ଼ିଥିଲା। କେଉଁ କାରଣ ପାଇଁ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ତାହା ଜଣାପଡ଼ିନି। ତେବେ ପୂର୍ବରୁ ମଧ୍ୟ ବାୟୁସୋନାର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।
ନିକଟରେ କିଛି ଦିନ ତଳେ ଭାରତୀୟ ସେନା ବାହିନୀର ଆଉ ଏକ ବିମାନ ଇଖଐ ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜାମ୍ମୁ କାଶ୍ମୀର କିସ୍ତିୱାର ନିକଟରେ ହେଲିକପ୍ଟର କ୍ରାଶ୍ ହୋଇ ଚିନାବ ନଦୀକୁ ଖସି ପଡ଼ିଥିଲା। ଯେଉଁ ସ୍ଥାନରେ ହେଲିକପ୍ଟର କ୍ରାଶ୍ ହୋଇଥିଲା ତାହା ଦୁର୍ଗମ ଅଞ୍ଚଳ ଥିଲା। ସେଠାରେ ଗତ କିଛିଦିନ ହେବ ଲଗାତାର ଭାବେ ବର୍ଷା ଜାରି ରହିଥିଲା।ପାଇଲଟ ଓ ଅଫିସର ସୁରକ୍ଷିତ ଥିଲେ ।