ସାପ ଉଜାଡିଦେଲା ହସ ଖୁସିର ସୁନା ସଂସାର । ଘରେ ଶୁଣାଯିବନି ଆଉ ପିଲାଙ୍କ ଅଳି ,., ବାପା ମାଙ୍କ କୋଳ ହୋଇଗଲା ଶୂନ୍ୟ ,.. ବିଷାକ୍ତ ସାପ କାମୁଡାରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ .. ଏପରି ଦୁଃଖଦ ଓ ହୃଦୟ ବିଦରକ ଘଟଣା ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଜାମପଦର ଗାଁରେ। ମୃତକ ହେଲେ ବିକାଶ ଶାଗରଙ୍କ ନାବାଳକ ପୁଅ ଭାବଗ୍ରାହୀ ଓ ତାଙ୍କ ଝିଅ ମନିକା ଶାଗର। ରାତିରେ ପିଲା ଦୁଇଟି ଖାଇପିଇ ବାପାମା’ଙ୍କ ପାଖରେ ଶୋଇଥିଲେ। ବିଳମ୍ବିତ ରାତିରେ ପିଲା ଦୁଇଟି ଅସୁସ୍ଥ ହୋଇ ପଡ଼ିଥିଲା। ଦୁଇ ଜଣଙ୍କ ମୁହଁରୁ ଫେଣ ବାହାରିଥିଲା। ପରିବାର ଲୋକେ ପିଲା ଦୁଇଟିକୁ ସଇଁତଳା ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ପିଲା ଦୁଇଟିର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପିଲା ଦୁଇଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଘରୁ ଭିତରୁ ସାପ ବାହାରିଥିବାରୁ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ଘରର ବିଭିନ୍ନ ସ୍ଥାନରେ ଖୋଜା, ଖୋଜି କରିବା ପରେ ଏକ ବାକ୍ସରୁ ବିଶାକ୍ତ ଚିତି ସାପ ରହି ଥିବା ଦେଖିବାକୁ ପାଇଥିଲେ । ପରେ ସାପ ଧରାଳିକୁ ଡାକି ସାପକୁ ଉଦ୍ଧାର କରିଥିଲେ । ତେବେ ସାପ କାମୁଡାରେ ହିଁ ଦୁଇ ଭାଇଭଉଣୀଙ୍କ ମୂତ୍ୟୁ ହୋଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଥିବା ବେଳେ ବ୍ୟବଚ୍ଛେଦ ରିର୍ପୋଟ ଆସିଲା ପରେ ହିଁ ମୁତ୍ୟୁର ପ୍ରକୃତ କାରଣ ଜଣାପଡିବ । ଏହି ଘଟଣାରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି, ଘଟଣାସ୍ଥଳରେ ସଇଁନ୍ତଲା ରାଜସ୍ୱ ନିରୀକ୍ଷକ ଆସି ତଦନ୍ତ କରି ସରକାରୀ ସହାୟତା ରାଶି ୪ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିବା ବେଳେ ପୋଲିସ ତଦନ୍ତ ଜାରିରଖି ଥିବା ସୂଚନା ମିଳିଛି ।