ଜଗତସିଂହପୁର ସଦର ଥାନା ଅଧିନସ୍ଥ ମାର୍କଣ୍ଡପୁର ବଡ଼ବାଗ ଗ୍ରାମର ରାମଚନ୍ଦ୍ର ସାହୂ ଗତ ରବିବାର ଠାରୁ ସାଙ୍ଗ ଘରକୁ ଭୋଜି କରିବାକୁ ଯାଇ ବିଳମ୍ବିତ ରାତ୍ର ଯାଏ ଫେରିନଥିଲେ।ତେବେ ପୁଅ ନିଖୋଜ ନେଇ ରାମଚନ୍ଦ୍ରଙ୍କ ମାଆ ସାବିତ୍ରୀ ସାହୂ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ।ତେବେ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ପରିସରରେ ବଡ଼ବାଗ ଗ୍ରାମର ଭୋଜି କରୁଥିବା ସାଙ୍ଗ କେଶବ ବେହେରା, କେଶବଙ୍କ ସ୍ତ୍ରୀ ରିନା ବେହେରା ଓ ଅନ୍ୟଜଣେ ସାଙ୍ଗ ପର୍ଶୁରାମ ବେହେରାଙ୍କୁ ଅଟକ ରଖି ପଚରା ଉଚରା କରିବାପରେ ଜଣା ପଡ଼ିଛି ଯେ, ରାମଚନ୍ଦ୍ର ଙ୍କୁ ନୃଶଂସ ଭାବେ ହାତ ଗୋଡ଼ ମୁଣ୍ଡ ଅଲଗା କରି ମାଛଗାଁ କେନାଲରେ କାଟି ଫିଙ୍ଗି ଦେଇଥିଲେ।ତେବେ ଘଟଣା ସ୍ଥଳକୁ ନେଇ seen recreation କରାଯାଇଥିଲା।ତେବେ ଏହି ଘଟଣା ନିଶା ବ୍ୟବସାୟ ଓ ପୂର୍ବଶତ୍ରୁତା ନେଇ ରାମଚନ୍ଦ୍ରଙ୍କୁ ସାଙ୍ଗମାନେ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଜଗତସିଂହପୁର ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ସୂଚନା ପ୍ରଦାନ କରିଛନ୍ତି।ତେବେ ପରିବାର ଲୋକ ପୁଅର ମୃତ୍ୟୁ ରେ ଭାଙ୍ଗି ପଡିବା ସହିତ ହତ୍ୟାକାରୀଙ୍କୁ ଫାସିଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି