ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୧.୦୨): ଚଳିତବର୍ଷର ସାଂସଦ ରତ୍ନ ପୁରସ୍କାର ନିମନ୍ତେ ମୋଟ ୧୩ ଜଣ ସାଂସଦଙ୍କୁ ମନୋନୀତ କରାଯାଇଛି । ଏମାନଙ୍କ ମଧ୍ୟରେ ଲୋକସଭାର ୮ ଓ ରାଜ୍ୟସଭାର ୫ ଜଣ ସାଂସଦ ରହିଛନ୍ତି । ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ପୂର୍ବତନ ନିର୍ବାଚନ କମିଶନର ଟି.ଏସ.କ୍ରିଷ୍ଣାମୂର୍ତ୍ତିଙ୍କୁ ନେଇ ଗଠିତ ବିଚାରକମଣ୍ଡଳୀ ଏହି ୧୩ ସାଂସଦଙ୍କ ନାମକୁ ସଂକ୍ଷିପ୍ତ ତାଲିକାଭୁକ୍ତ କରିଛନ୍ତି । ମନୋନୀତ ସାଂସଦଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ବିଶ୍ୱମ୍ବର ପ୍ରସାଦ ନିଶାଦ, କଂଗ୍ରେସର ଛାୟା ବର୍ମା, ସିପିଏମ୍ର ଜନ୍ ବ୍ରିଟାସ୍, ଆରଜେଡିର ମନୋଜ କୁମାର ଝା, ଏନ୍ସିପିର ଫୌଜିଆ ତାହସିନ୍ ଅହମ୍ମଦ ଖାନ୍ ମଧ୍ୟ ସାମିଲ ଅଛନ୍ତି । ମାର୍ଚ୍ଚ ୨୫ରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡିଛି ।