ସାଂସଦ ଅନୁଭବ ମହାନ୍ତି ମହିଳା କମିସନରେ ହାଜର ହୋଇଛନ୍ତି । ତେବେ ଅନୁଭବଙ୍କ ସହ ତାଙ୍କ ବାପା ଓ ମାଆ କିନ୍ତୁ ହାଜର ହୋଇ ନାହାନ୍ତି । ପୂର୍ବରୁ ମହିଳା କମିସନରେ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମହିଳା କମିସନରେ ହାଜର ହୋଇସାରିଛନ୍ତି । ସେ ମହିଳା କମିସନଙ୍କ ନିକଟରେ ନିଜର ପକ୍ଷ ରଖିଛନ୍ତି | ଏବେ ମହିଳା କମିସନ ଉଭୟ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ସାମ୍ନାସାମ୍ନି ବସାଇ ଆଲୋଚନା କରୁଥିବା ସୂଚନା ମିଳିଛି । ଏହି ଆଲୋଚନାରୁ କଣ ନିଷ୍ପତ୍ତି ନିଆଯିବ ତା’ଉପରେ ସମସ୍ତଙ୍କ ନଜର ରହିଛି । ଘରୋଇ ହିଂସାକୁ ନେଇ ପୂର୍ବରୁ ବର୍ଷା ପ୍ରିୟଦର୍ଶିନୀ ମହିଳା କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ । ବର୍ଷାଙ୍କ ଅଭିଯୋଗକୁ ଭିତ୍ତି କରି ମହିଳା କମିସନ ଅନୁଭବ ମହାନ୍ତି, ତାଙ୍କ ବାପା ଓ ମା’ଙ୍କୁ ଡିସେମ୍ବର୨୯ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।