ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସହିଦ ମିନାର ଠାରେ ସହିଦ ସ୍ମୃତି ଦିବସ ପାଳନ କରାଯାଇଛି ।୧୯୪୨ ମସିହା ଅଗଷ୍ଟ ୨୪ ରେ ଦେଶ ପାଇଁ ବଳିଦାନ ଦେଇଥିବା ନବରଙ୍ଗପୁର ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଏହା ପାଳିତ କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥି ଓଡିଶା ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ପାପଡାହାଣ୍ଡି ମାଟିକୁ ଗୌରବର ମାଟି ବୋଲି କହିବା ସହ ଯେଉଁମାନେ ଦେଶପାଇଁ ସହିଦ ହୋଇଛନ୍ତି ତାଙ୍କ ପାଇଁ ଜୟଗାନ କରିବା ଦରକାର ବୋଲି କହିଥିଲେ ।ନବରଙ୍ଗପୁର ରୁ ଆସିଥିବା ମଶାଲକୁ ବ୍ଲକ ପ୍ରଶାସନ ଓ ନେତୃ ମଣ୍ଡଳୀ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ଏକ ଶୋଭାଯାତ୍ରାରେ ଶହୀଦ ମିନାରକୁ ନିଆଯାଇଥିଲା ।ଟୁରି ନଦୀରେ ତିଳ ତର୍ପଣ ପରେ ପୋଲିସ ତରଫରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଦେଶପାଇଁ ଅନେକ ସହିଦ ହୋଇଥିବା ହେତୁ ଆମ ଭାରତ ସ୍ୱାଧୀନ ହେଲା ବୋଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ କହିଥିଲେ ।କାର୍ଯ୍ୟକ୍ରମ ର ସଭାପତି ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଯୋଗଦେଇ ଯେତେଦିନ ପର୍ଯ୍ୟନ୍ତ ଟୁରି ନଦୀ ପ୍ରବାହିତ ହୋଉଥିବ ସେତେଦିନ ପର୍ଯ୍ୟନ୍ତ ୧୯୪୨ ମସିହା ଅଗଷ୍ଟ ମାସରେ ଯେଉଁମାନେ ସହିଦ ହୋଇଛନ୍ତି ସେମାନଙ୍କ ବଳିଦାନ ସବୁଦାନ ପାଇଁ ମନେ ରହିବ ବୋଲି କହିଥିଲେ । ।ରାଜ୍ୟ ସହିଦ ସ୍ମୃତି କମିଟିର ସଭାପତି ମନରଞ୍ଜନ ତ୍ରିପାଠୀ ଏହା ଏକ ରକ୍ତ ରଞ୍ଜିତ ମାଟି ବୋଲି କହିବା ସହ ଏଠାକାର ସହିଦ ମାନେ ମାର ମୋତେ ବୋଲି ରାସ୍ତା ଉପରକୁ ଆସିଥିଲେ ବୋଲି କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଭା ସାଂସଦ ମୁଜିବୁଲ୍ଲା ଖାଁ ,ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,ଝରିଗାଁ ବିଧାୟକ ନରସିଂହ ଭତ୍ରା,ଡାବୁଗାଁ ବିଧାୟକ ମନହର ରନ୍ଧାରୀ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ ,ଏସ୍ପି ରୋହିତ ବର୍ମା ,ବିଡ଼ିଓ କପିଳଦେଵ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପାପଡାହାଣ୍ଡି ବିପିସି ଶଶିକାନ୍ତ ଦାସ ମଞ୍ଚ ପରିଚାଳନା କରିଥିଲେ ।