ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଥାନା ଅନ୍ତର୍ଗତ କେନାଭେଟା ଗ୍ରାମର ଜନୈକ ବିଏସଏଫ ଜବାନ ଗୁଜୁରାଟରେ କାର୍ୟ୍ୟରତ ଥିବା ଟିଟୁନ କୁମାର ବେହେରାଙ୍କ ମୃତ୍ୟୁ ଖବର ଜାଣିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା।ଗୁଜରାଟ ରାଜ୍ୟରୁ ବିଏସଏଫ ଯବାନଙ୍କ ମୃତ୍ୟୁ ପରେ ବିଏସଏଫ ଜବାନ ମାନେ ମର ଶରୀର ଉପରେ ଜାତୀୟ ପତାକାକୁ ଦେଇ ରିତିନୀତି ଅନୁସାରେ ତାଙ୍କ ବାସଭବନ କେନାଭେଟା ଗ୍ରାମକୁ ଆଣିଥିଲେ। ସହିଦ ଜବାନ ଟିଟୁନ ବେହେରା ଗୁଜୁରାଟରେ ବିଏସଏଫ କନେଷ୍ଟବଲ ଯବାନ ଭାବେ କାମ କରୁଥିଲେ।ତେବେ ଘରେ ଦୀପ ଜଳାଇ ଥିବା ବେଳେ ଦୀପରୁ ନିଆଁ ଲାଗି ପରଦାରେ ଲାଗିଯିବାରୁ ସେ ଲିଭାଇ ବାକୁ ଯାଇ ନିଜେ ପୋଡି ହୋଇଯାଇ ଥିବା ବେଳେ ତାଙ୍କ ପତ୍ନୀ ମଧ୍ୟ ଗୁରୁତର ହୋଇ ଥିଲେ। ସେଠାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଉ ଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ସ୍ତ୍ରୀଙ୍କ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଥିବା ବେଳେ ସେ ବର୍ତ୍ତମାନ ଠିକ ଅଛନ୍ତି ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି । ସହିଦ ଜବାନଙ୍କୁ କେନାଭେଟା ଗ୍ରାମ ନିକଟରେ ଥିବା ଶ୍ମଶାନ ଘାଟରେ ଜବାନଙ୍କ ଅନ୍ତେଷ୍ଟକ୍ରୀୟା ବେଳେ ବଣାଇଁ ପୋଲିଶ ଉପସ୍ଥିତିରେ ସେଠାରୁ ଆସିଥିବା ବିଏସଏଫ ଜବାନ ମାନେ ତାଙ୍କ ରିତିନୀତି ଅନୁସାରେ ସଲାମି ଦେଇ ଗାର୍ଡ ଅଫ ପ୍ରଦାନ କରିଥିବାର ପରିଲକ୍ଷିତ ହୋଇଥିଲା।