ସଲିମ ଅଜିଜ ଦୁରାନିଙ୍କର ରବିବାର ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ସେ ତାଙ୍କ ସାନଭାଇ ଜାହାଙ୍ଗୀର ଦୁରାନିଙ୍କ ସହିତ ଗୁଜରାଟର ଜାମନଗରରେ ରହୁଥିଲେ।
ସଲିମ ଦୁରାନି ଆଫଗାନିସ୍ତାନର କାବୁଲରେ ଜନ୍ମ ହୋଇଥିଲେ। ସେ ୧୯୬୦ରୁ ୧୯୭୩ ମଧ୍ୟରେ ଭାରତ ପାଇଁ ୨୯ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେ ଜଣେ ଅଲରାଉଣ୍ଡର ଥିଲେ। ସେତେବେଳେ ଛକା ମାରିବା ନେଇ ସେ ବହୁତ ପ୍ରସିଦ୍ଧ ଥିଲେ।
ଦୁରାନି ୨୯ଟି ଟେଷ୍ଟ ମ୍ୟାଚରୁ ୧୨୦୨ ରନ୍ କରିଥିଲେ। ତା’ ମଧ୍ୟରେ ଗୋଟିଏ ଶତକ ଓ ୭ଟି ଅର୍ଦ୍ଧଶତକ ଥିଲା। ସେ ୬୪୪୬ଟି ବଲ୍ ବୋଲିଂ କରିଥିବା ବେଳେ ୭୪ଟି ୱିକେଟ ନେଇଥିଲେ।