ବିଳମ୍ବିତ ରାତିରେ କେନ୍ଦ୍ରାପଡା ସହରର ନୂଆ ମଟରଷ୍ଟାଣ୍ଡ ନିକଟରେଥିବା ଏକ ବଡ ପରିବା ଦୋକାନରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ପନିପରିବା ଓ ଜିନିଷପତ୍ର ପୋଡି ଜଳି ପାଉଁଷ ହୋଇଯାଇଛି । ଲକଡାଉନ ସମୟରେ ବଜାରର ଏହି ପରିବା ଦୋକାନୀ ଶ୍ରୀକାନ୍ତ ଦାସ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ଖୋଲି ବିକାବିକି ସାରି ଘରକୁ ଚାଲିଯାନ୍ତି । ପରଦିନ ପୁଣି ସକାଳ ୭ଟାରେ ଦୋକାନ ଖୋଲନ୍ତି । ଗତକାଲି ରାତିପ୍ରାୟ ସାଡେ ଗୋଟାଏ ସମୟରେ ପଡୋଶୀ ଦୋକାନୀଙ୍କ ଠାରୁ ଫୋନରେ ଖବରପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ଜଳନ୍ତା ଦୋକାନଘରେ ପାଣିପକାଉଥିଲେ ଦମକଳବିଭାଗ । ବିଳମ୍ବିତ ରାତିରେ ଟାଉନ ପୋଲିସ ଠାରୁ ଖବରପାଇ ଦମକଳବାହିନୀ ନିଆଁକୁ ଆୟତ କରିବା ବେଳକୁ ଦୋକାନ ଗୃହ ସମ୍ପୂର୍ଣ୍ଣ ଜଳିଯାଇଥିଲା । ଦୋକାନରେ ଶ୍ରୀକାନ୍ତଙ୍କର ଇନଭର୍ଟର, ଫ୍ୟାନ, କମ୍ପ୍ୟୁଟର ଓଜନ ଯନ୍ତ୍ର, ନଗଦ ଟଙ୍କା ଆଉ ଭରପୁର ପନିପରିବା ରହିଥିଲା । କରଜ ଧାର କରି ବ୍ୟବସାୟ କରି ପରିବାର ପୋଶୁଥିବା ଶ୍ରୀକାନ୍ତଙ୍କର ଏବେ ଜୀବିକା ବୁଡିଯାଇଛି । ସର୍ବଶ୍ବ ହରାଇ ବସିଛନ୍ତି ସେ । ପ୍ରଶାସନିକ ହହାୟତାକୁ ଚାହିଁ ବସିଛନ୍ତି । ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।