ରାଜନଗରରେ ମା ଦୁର୍ଗାଙ୍କ ଭସାଣୀ ସାରା ଭାରତ ବର୍ଷରେ ନିଆରା, ମା ଦୁର୍ଗତି ନାସିନି ଦୁର୍ଗା ମା ପାଞ୍ଚ ଦିନ ପୂଜା ପାଇବା ପରେ ଏକାଦଶୀ ତିଥିରେ ହଂସୁଆ ନଦୀରେ ସାତ ଘେରା ଚାପ ଖେଳି ମେଲାଣି ନେଲା ପରେ ମାଆଙ୍କ ବିସର୍ଜନ କରାଯାଏ, ଏଭଳି ନିଆରା ଭସାଣୀ ଉତ୍ସବକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଭକ୍ତ ମାନଙ୍କ ସୁଅ ଛୁଟେ ରାଜନଗର ହଂସୁଆ ନଦୀର କୂଳକୁ। ନଦୀର ଦୁଇ କୂଳ ସହିତ ହଂସୁଆ ସେତୁ ଉପରେ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ ଦେବୀ ଦୁର୍ଗାଙ୍କ ଶେଷ ଦର୍ଶନ ପାଇଁ। ନଦୀ ଭିତରେ ମାଆଙ୍କ ମେଲାଣି ଉତ୍ସବକୁ ଶତାଧିକ ବୋଟରେ ଯୁବ ପୀଢ଼ି ମାନେ ନାଚ ଗୀତରେ ମାଆଙ୍କୁ ମେଲାଣି ଦିଅନ୍ତି, ଏହି ନିଆରା ପରମ୍ପରା ବିଗତ ୨ ଶହ ବର୍ଷ ହେବ ରାଜନଗରରେ ପାଳନ ହୋଇ ଆସୁଛି। ଏହି ଉତ୍ସବକୁ ନଦୀ ଭିତରେ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ବୋଟ ବ୍ୟବସ୍ଥା ରହିଥାଏ, ବୋଟ ଭିତରେ ପୋଲିସ ସହିତ ଅଗ୍ନିଶମ କର୍ମଚାରୀ ଭସାଣୀକୁ ନିୟନ୍ତ୍ରଣ କରିଥାନ୍ତି।