ବାଲେଶ୍ୱର: ଶେଷ ହେଲା ବିଶ୍ବ ପ୍ରସିଦ୍ଧ ବାବା ଚନ୍ଦନେଶ୍ଵରଙ୍କ ଚଡ଼କ ଯାତ୍ରା. ୧୩ ଦିନ ଧରି ଚାଲିଥିବା ଚଡ଼କ ଯାତ୍ରାର ଉଜ୍ଜାପନ ହୋଇଯାଇଛି. ଉପବିତ ଧାରଣ କରିଥିବା ଭକ୍ତଙ୍କ ମଧ୍ୟରେ ଭାତୃତ୍ବ ଭାବ ସୃଷ୍ଟି କରିବା ପାଇଁ ଭକ୍ତମାନେ ସକାଳୁ ନିଜ ନିଜ ମଧ୍ୟରେ ମାଳା ଚନ୍ଦନି ହେବା ସହିତ ଆଲିଙ୍ଗନ କରିଥିଲେ । ସକାଳୁ ମାଳା ଚନ୍ଦନି ସମାପନ ପରେ ନୀଳ ପୋଖରିରୁ ବୁଡ ଲଗାଇ ଭକ୍ତମାନେ ନିଜ ଦେହ, ଜିଭରେ କଣ୍ଟା ଧାରଣ କରି ବିରାଟ କାୟ ପଟୁଆଧରାରେ ବାଜା ତୁରି ବଜାୟି ଚନ୍ଦନେଶ୍ଵର ମନ୍ଦିରରେ ପହଞ୍ଚି ନିଜକୁ ବାବାଙ୍କ ପାଖରେ ସମର୍ପଣ କରିଥିଲେ । ସଂନ୍ଧ୍ୟାରେ ଶେଷ ଅର୍ଘ୍ୟ ପାଇ ସମସ୍ତେ ବ୍ରତ ସମାପନ କରିଛନ୍ତି. ଏହି ଚଡ଼କ ଯାତ୍ରାର ଅନ୍ତିମ ଯାତ୍ରା ଦେଖିବା ପାଇଁ ୧୦ ଲକ୍ଷ୍ୟକୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେଇଥିଲା . ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପ୍ରସାସନ ପକ୍ଷରୁ ବ୍ୟାପକ ବ୍ୟବସ୍ତା କରାଯାଇଥିଲା.